ଆଜିଠୁ ଆରମ୍ଭ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ

ଆଜିଠୁ ଆରମ୍ଭ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ

ଆଜିଠୁ ଆରମ୍ଭ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ । ଓଡ଼ିଶାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାକୁ ପୂରିଲା 3 ବର୍ଷ । ଏହି ଅବସରରେ ପାଳନ ଅବସରରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଏହି ଯୋଜନା । ଆଜିଠୁ ଏହି ଯୋଜନାରେ ଉପକୃତ ହେବେ ରାଜ୍ୟର ଆଉ କିଛି ସହର। ରାଜ୍ୟର ନୂଆ ୫ଟି ସହର ଏବଂ ଅନ୍ୟ ୧୩ ସହରର ୧୪୯ଟି ଓ୍ବାର୍ଡରେ ଆରମ୍ଭ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ। ରାଇରଙ୍ଗପୁର, ବୀରମିତ୍ରପୁର, ରାଜଗାଙ୍ଗପୁର, ଚମ୍ପୁଆ ଓ ନିମାପଡ଼ାର ସମଗ୍ର ସହରକୁ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏହାଛଡ଼ା ଅନ୍ୟ ୧୩ ସହରର ୧୪୯ଟି ଓ୍ବାର୍ଡରେ ଜଳଯୋଗାଣ ସୁବିଧା କରାଯିବ । ଏହାଦ୍ବାରା ୧୨ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ପୁରୀ ଦେଶର ପ୍ରଥମ ଡ୍ରିଙ୍କ ଫ୍ରମ ଟ୍ୟାପ ସହର ହୋଇଥିବାବେଳେ ଗୋପାଳପୁର ଦ୍ବିତୀୟ। ଏହି ଯୋଜନା ଜରିଆରେ ଘରକୁ ଘର ୨୪ ଘଣ୍ଟିଆ ଜଳ ଯୋଗାଇ ଦିଆଯାଉଛି।

author

Related Articles

Leave a Reply

Your email address will not be published. Required fields are marked *