ଆଜିଠୁ ଆରମ୍ଭ ହେଲା ରିଚେକିଂ ଆବେଦନ

ଆଜିଠୁ ଆରମ୍ଭ ହେଲା ରିଚେକିଂ ଆବେଦନ

ଭୁବନେଶ୍ୱର:

ଗତମାସ ୧ତାରିଖରୁ ଓମଫେଡ୍‌ କ୍ଷୀର ଲିଟର ପ୍ରତି ୪ ଟଙ୍କା ଗୋଖାଦ୍ୟ ଏବଂ ନିତ୍ୟ ବ୍ୟବହାର ଯେଉଁ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହୋଇଛି | ତେଣୁ ଭୁବନେଶ୍ୱର ଉପକଣ୍ଠ ପାହାଳ ବଜାରକୁ ଛେନା ଯୋଗାଣ କରୁଥିବା ବ୍ୟବସାୟୀ ସଂଘ ମାଧ୍ୟମରେ ଛେନା କିଲୋ ପ୍ରତି ୨୦ ଟଙ୍କା ବୃଦ୍ଧି କରିଛନ୍ତି | ଏଥିପାଇଁ ପାହାଳ ରସଗୋଲା ବ୍ୟବସାୟୀ ସଂଘ ସର୍ବସମ୍ମତିକ୍ରମେ ବିଭିନ୍ନ ମିଠାରେ ବର୍ଦ୍ଧିତ ଦର ଲାଗୁ କରିବା ପାଇଁ ସ୍ଥିର କରାଯାଇଛି | ୫ ଟଙ୍କିଆ ମିଠା ୬ ଟଙ୍କା, ୧୦ ଟଙ୍କିଆ ମିଠା ୧୨ ଟଙ୍କା, ୨୦ ଟଙ୍କିଆ ୨୫ ଟଙ୍କା, ଛେନାଗଜା କେଜି ପ୍ରତି ୨୨୦ ଟଙ୍କା ଓ ଛେନାପୋଡ଼ା କେଜି ପ୍ରତି ୨୮୦ ଟଙ୍କା ସ୍ଥିର କରାଯାଇଛି । ସଂଘରେ ପ୍ରାୟ ୭୦ଟି ମିଠା ବ୍ୟବସାୟ ପ୍ରତିଷ୍ଠାନ ରହିଛି । ଦୈନିକ ପ୍ରାୟ ୪ ଟନ୍ ଛେନାରେ ମିଠା ପ୍ରସ୍ତୁତ କରାଯାଇ ଓଡ଼ିଶାର ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଜିଲ୍ଲାର ବିଭିନ୍ନ ସହରକୁ ଏଠାରୁ ପଠାଯାଇଥାଏ । ଏଥିପାଇଁ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ମିଠା ବ୍ୟବସାୟ ବନ୍ଦ କରିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *