ଆଜିଠୁ କମ୍ପିବ ବିଧାନସଭା ଗୃହ

ଆଜିଠୁ କମ୍ପିବ ବିଧାନସଭା ଗୃହ

ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନର ପ୍ରଥମ ଦିନ ଅର୍ଥାତ କାଲି ଦିବଂଗତ ନେତା ମହେଶ୍ୱର ମହାନ୍ତିଙ୍କୁୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇ ଗୃହ ମୁଲତବି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଗତ କରିବା ସହ ବିରୋଧି ତାକୁ ସମର୍ଥନ କରିଥିଲେ । ତେବେ ଆଜି ଦିନ ୧୧ରୁ ଗୃହ ଆରମ୍ଭ ହେବ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ ରଖିଛନ୍ତି । ଜବାବ ରଖିବା ପାଇଁ ସରକାରୀ ଦଳ ବି ପ୍ରସ୍ତୁତ ହୋଇ ରହିଛି ।ଆଜି ଗୃହରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓଡ଼ିଶା ଭୂ ସଂସ୍କାର ବିଧେୟକ ୨୦୨୩ ଆଗତ କରିବେ ବୋଲି ଜଣାପଡ଼ିଛି । ଗତକାଲିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ଗତକାଲି ଶୋକପ୍ରସ୍ତାବ ପରେ ମୁଲତବୀ ରହିଛି ଗୃହକାର‌୍ୟ୍ୟ । ଏହି ଶୀତ ଅଧିବେଶନ ଡିସେମ୍ବର ୩୦ ତାରିଖ ପର‌୍ୟ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୩୦ଟି କାର‌୍ୟ୍ୟ ଦିବସ ରହିଛି । ଆଗାମୀ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ ।

author

Related Articles

Leave a Reply

Your email address will not be published. Required fields are marked *