ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାରରୁ ଆରମ୍ଭ ହେଉଛି କାକଟପୁର ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା । ମାଆଙ୍କ ଏହି ଝାମୁ ଯାତ୍ରା ଏକ ମାସ ଧରି ଚାଲିବ । ହୋଲିରେ ଯାତ୍ରା ଆରମ୍ଭ ହେଉଥିବା ବେଳେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ମନ୍ଦିର ପ୍ରଶାସନ ପକ୍ଷରୁ ମାଆ ମଙ୍ଗଳାଙ୍କ ପାଇଁ ଏକ କେଜି ଓଜନର ସୁନା ମୁକୁଟ ପ୍ରସ୍ତୁତ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସକାଳୁ ନୀତିକାନ୍ତି ସରିବା ପରେ ଧାଡ଼ିରେ ଯାଇ ମାଆଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଝାମୁ ଯାତ୍ରା ପାଇଁ ମାନସିକଧାରୀ ମହିଳାଙ୍କ ପନ୍ଥେଇ ପୂଜା, ପାଟୁଆ ନୃତ୍ୟ, ଯାଦବ ଭାଇଙ୍କ ଲଉଡ଼ି ଖେଳର ପରମ୍ପରା ରହିଛି ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପୁଣି ବଦଳିଲା ବିଜେଡିର ରଣନୀତି
- September 28, 2024