ଆଜିଠୁ ତିନିଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

ଆଜିଠୁ ତିନିଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଆଜିଠୁ 3ଦିନ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲ ବନ୍ଦ ରହିବ । ତାତି ବଢିବା ଯୋଗୁଁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ୧୮ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ବେସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ବିଦ୍ୟାଳୟକୁ ଆସିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କିଛି ସ୍କୁଲ ଏହି ତିନି ଦିନ କାଳ ଅନଲାଇନ କ୍ଲାସ କରିବେ ବୋଲି ସୂଚନା ମିଳିଛି । ତେବେ ଏହି ସମୟରେ ସ୍କୁଲ ଖୋଲା ରହିବା ସହ ଛାତ୍ରଛାତ୍ରୀଙ୍କ ନାମ ଲେଖା ସଂପର୍କିତ କାର୍ଯ୍ୟକ୍ରମ ଜାରି ରହିବ ।

author

Related Articles

Leave a Reply

Your email address will not be published. Required fields are marked *