ଆଜିଠୁ ପ୍ରଥମ ଦିନିକିଆ ମ୍ୟାଚ ଆରମ୍ଭ

ପ୍ରଥମ ଦିନିକିଆ ମ୍ୟାଚରେ ଜୋହାନ୍ସବର୍ଗରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ସିରିଜର ପ୍ରଥମ ମ୍ୟାଚ । ରାହୁଲଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ । ଭାରତୀୟ ସମୟ ଦିନ ୧ ଟା ୩୦ ସମୟରେ ଖେଳଆଯିବ ମ୍ୟାଚ । ବିଶ୍ୱକପ ପରେ ପ୍ରଥମ ଦିନିକିଆ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ରୋହିତ୍ ଶର୍ମା ଏବଂ ବିରାଟଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଇଛନ୍ତି କେ.ଏଲ.ରାହୁଲ । ଟି-୨୦ ସିରିଜରେ ଫିନିସର ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ରିଙ୍କୁ ସିଂଙ୍କୁ ଆଜି ଦିନିକିଆ ମ୍ୟାଚରେ ପଦାର୍ପଣର ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ସେହିପରି ଘରୋଇ କ୍ରିକେଟରେ ପ୍ରଚୁର ରନ କରିଥିବା ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପଟିଦାରଙ୍କୁ ମଧ୍ୟ ସୁଯୋଗ ଦେଇପାରେ ଦଳ । ଆହତ ଏବଂ ପାରିବାରିକ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଭାରତୀୟ ପେସ ବୋଲର ମହମ୍ମଦ ସାମି ଏବଂ ଦୀପକ ଚହର ଦଳରୁ ବାଦ ପଡିଥିବା ବେଳେ ଆକାଶ ଦୀପଙ୍କୁ ମିଳିପାରେ ସୁଯୋଗ । ସେପଟେ ଭାରତୀୟ ଯୁବ ବାହିନୀକୁ ମାତ ଦେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦକ୍ଷିଣ ଆଫ୍ରିକା ଦଳ ।

author

Related Articles

Leave a Reply

Your email address will not be published. Required fields are marked *