ଆଜିଠୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଆରମ୍ଭ ହେବ ଡ୍ରୋନ ସ୍ୱାସ୍ଥ୍ୟସେବା । ଜରୁରୀକାଳୀନ ସ୍ଥିତିରେ ଲୋକଙ୍କ ପାଖେ ଔଷଧ, ଟେଷ୍ଟିଂ କିଟ୍ ଓ ଅନ୍ୟ ସ୍ୱାସ୍ଥ୍ୟ ଉପକରଣ ପହଁଞ୍ଚାଇବ ଡ୍ରୋନ । ଏଥିପାଇଁ ଗତ ମଙ୍ଗଳବାର ଦିନ ସଫଳତାର ସହ ଟ୍ରାଏଲ ରନ ସରିଥିବା ବେଳେ ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ ଏହି ସେବା । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପ ଯ୍ୟୟ , ପାହାଡିଆ ଅଞ୍ଚଳ ଓ ଟ୍ରାଫିକ୍ ସମସ୍ୟା ଥିବା ସ୍ଥାନକୁ ଏ ଡ୍ରୋନ ସ୍ୱାସ୍ଥ୍ୟସେବା ପହଞ୍ଚାଇବ । ଥରକେ ୧ ରୁ ୫ କିଲୋଗ୍ରାମ ସାମଗ୍ରୀ ପରିବହନ କରି ୧୦୦ କିମି ଦୂର ଯାଏଁ ଯାଇପାରିବ । ସାଟେଲାଇଟ୍ ଜିପିଏସ୍ ଦ୍ୱାରା ପରିଚାଳିତ ଏହି ଡ୍ରୋନକୁ ଲାଇଭ୍ ଟ୍ରାକ୍ କରାଯାଇପାରିବ । ମଙ୍ଗଳବାର ଦିନ ଟ୍ରାଏଲରନ୍ ବେଳେ ଏମ୍ସଠାରୁ ପ୍ରାୟ ୮୦ କିଲୋମିଟର ଦୂର ଟାଙ୍ଗୀ ଆଉଟରିଚ୍ ସେଣ୍ଟରକୁ ମାତ୍ର ୩୭ ମିନିଟରେ ବ୍ଲଡ ସାମ୍ପଲ ପହଁଞ୍ଚାଇବାରେ ଏହା ସଫଳ ହୋଇଥିଲା ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
ନବୀନଙ୍କ ବଡ ନିଷ୍ପତ୍ତି; ନଭେମ୍ବର ଶେଷକୁ ହେବ…
- November 16, 2024