ଆଜିଠୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ

ଆଜିଠୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ

ଆଜିଠୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ । ମଣିପୁରରୁ ମୁମ୍ବାଇ ଯାଏଁ ୬୭ ଦିନ ଧରି ୧୫ ରାଜ୍ୟର ୧୧୦ ଜିଲ୍ଲା ଦେଇ ଯିବ ରାହୁଲଙ୍କ ଏହି ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ଭାଗ । ଏହି ଦୁଇ ମାସର ଯାତ୍ରାରେ ରାହୁଲ ଗାନ୍ଧୀ ଭାରତର ପୂବାଞ୍ଚଳରୁ ଭାରତର ପଶ୍ଚିମାଞ୍ଚଳକୁ ୬ ହଜାର ୬ଶହ କିଲୋମିଟର ଯାତ୍ରା କରିବେ । ଆଜି ମଣିପୁର ସ୍ଥିତ ଖୋଙ୍ଗଜୋମ ଯୁଦ୍ଧ ସ୍ମାରକୀରୁ ଏହି ଯାତ୍ରା ଆରମ୍ଭ ହେବ । ପ୍ରଥମେ ଏହି ଯାତ୍ରା ଇମ୍ଫାଲରୁ ଆରମ୍ଭ ହେବ ବୋଲି ଘୋଷଣା ହୋଇଥିଲା । ହେଲେ ମଣିପୁର ସରକାର ଅନୁମତି ନଦେବାରୁ ଏବଂ ଖୋଙ୍ଗଜୋମରୁ ଏହି ଯାତ୍ରା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଯାତ୍ରାର ଆରମ୍ଭ ସ୍ଥାନ ବଦଳାଯାଇଥିଲେ ମଧ୍ୟ ରୁଟ୍ ରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

author

Related Articles

Leave a Reply

Your email address will not be published. Required fields are marked *