ଆଜିଠୁ ୧୬ଦିନ ଯାଏଁ ପୀଠରେ ପୂଜା ପାଇବେ ମା

ଆଜିଠୁ ୧୬ଦିନ ଯାଏଁ ପୀଠରେ ପୂଜା ପାଇବେ ମା

ଆଜିଠାରୁ ଆରମ୍ଭ ହେଉଛି ପୀଠ ମାନଙ୍କରେ ଦଶହରା ପୂଜା । ଷୋଡଶଦିନାତ୍ମକ ପୂଜାରେ ପୂଜିତ ହେବେ ମା । ମୂଳାଷ୍ଟମୀ ଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଷୋଳଦିନ ଠାକୁରାଣିଙ୍କ ବିଶେଷ ପୂଜାର୍ଚ୍ଚନା କରାଯିବ । ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ଷୋଡ଼ଶଦିନାତ୍ମକ ପୂଜା । ଷୋଳପୂଜାର ପ୍ରଥମ ୮ ଦିନ ମା’ ଦୁର୍ଗା ଦେବୀ ଓ କାଳପୁରୁଷୋତ୍ତମ ଦେବ ମା’ ବିମଳାଙ୍କ ମନ୍ଦିର ଖଟ ଉପରେ ବିଜେ କରିବା ପରେ ନାନାଦି ପୂଜାପାଠ କରାଯିବ । ଆଶ୍ବିନ ଶୁକ୍ଳପକ୍ଷ ସପ୍ତମୀ ପର‌୍ୟ୍ୟନ୍ତ ମା’ ବିମଳାଙ୍କଠାରେ ସଙ୍ଖୁଡ଼ି ଭୋଗ ହୁଏ ନାହିଁ। ସପ୍ତମୀ, ଅଷ୍ଟମୀ ଓ ନବମୀରେ ନିଶାର୍ଦ୍ଧରେ ସଙ୍ଖୁଡ଼ି ଭୋଗ ହୋଇ ପୂଜାର୍ଚ୍ଚନା କରାଯିବ । ଏହି ତିନିଦିନ ରାତି ୩ଟାରେ ବଳି ପଡ଼ିବ । ମହାପ୍ରଭୁଙ୍କ ବଡ଼ସିଂହାର ନୀତି ସରି ପହୁଡ଼ ପରେ ବଳି ଓ ଭୋଗ ପଶ୍ଚିମ ଦ୍ବାର ଦେଇ ନେବା-ଆଣିବା କରାଯିବ । ଷୋଳପୂଜାର ୧୬ ଦିନ ମା’ ବିମଳାଙ୍କ ମନ୍ଦିର ପ୍ରବେଶ ବାରଣ କରାଯାଇଛି । ପବିତ୍ର ଦଶହରା ପର୍ଯ୍ୟନ୍ତ ପ୍ରତିଦିନ ମନ୍ଦିରରେ ଚଣ୍ଡୀପାଠ, ପୂଜାପାଠ ଆଦି ବିଧି ମୁତାବକ ଅନୁଷ୍ଠିତ ହେବ । ଅନ୍ୟ ମାଙ୍କ ପୀଠରେ ମଧ୍ୟ ପୂଜାଅର୍ଚ୍ଚନା ଚାଲିଛି । ଷୋଡଶପୂଜାରେ ପୀଜିତ ହେଉଛନ୍ତି ମା । ୧୬ଦିନ ପୂଜା ପାଇବେ ମା । ଯାହା ପାଈ ଚଳଚଂଚଳ ପୀଠ ।

author

Related Articles

Leave a Reply

Your email address will not be published. Required fields are marked *