ଆଜିବି ତତାଇବ ତାତି

ଆଜିବି ତତାଇବ ତାତି

ଆଜିବି ତତାଇବ ତାତି । ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ବି ଏହା ଅସହ୍ୟ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୧୪ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୮ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତକାଲି ରାଜ୍ୟର ୯ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରେକର୍ଡ ହୋଇଛି । ୪୪.୬ ଡିଗ୍ରୀ ସହ ଉତପ୍ତ ସହର ହୋଇଛି ବାରିପଦା । ୩୦ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ନୂଆପଡାରେ ତାପମାତ୍ରା ୪୪ ଡିଗ୍ରୀ, ତାଳଚେରରେ ୪୩.୮ ଡିଗ୍ରୀ ରେକର୍ଡ ହୋଇଛି । ତାଳଚେର, ଝାରୁସୁଗୁଡା, କେନ୍ଦୁଝର, ଅନୁଗୁଳ, ବଲାଙ୍ଗିର, ସୁନ୍ଦରଗଡ ଓ ବୌଦ୍ଧରେ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରହିଛି । ତେବେ ଗତକାଲି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଯାଇଛି । କାଳବୈଶାଖୀ ବର୍ଷା ଯୋଗୁଁ ଏବେ ଦିନେ-ଦୁଇ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର‌୍ୟ୍ୟନ୍ତ ତାପମାତ୍ରା ହ୍ରାସ ପାଇପାରେ । ଗ୍ରୀଷ୍ମ ପ୍ରବାହ ହ୍ରାସ ପାଇଲେ ବି ଉଷ୍ମ-ଆର୍ଦ୍ର ସ୍ଥିତି ଲାଗିରହିବ । ଫଳରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଏହାପରେ ୨୫ ତାରିଖରୁ ପୁଣି ତାତି ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

author

Related Articles

Leave a Reply

Your email address will not be published. Required fields are marked *