ଆଜି ଅନ୍ଧାର ହୋଇଯିବ ଦିନ !

ଆଜି ଅନ୍ଧାର ହୋଇଯିବ ଦିନ !

ଆସନ୍ତାକାଲି ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ ପଡିବାକୁ ଯାଉଥିବାବେଳେ ରାଜ୍ୟରେ ଘୋଟି ଆସିବ କଳାହାଣ୍ଡିଆ ମେଘ ତା ସାଙ୍ଗକୁ କାଚିବ ତୁହାକୁ ତୁହା ବର୍ଷା । ପ୍ରବଳ ଘଡଘଡି ସହ ବର୍ଷା କାଚିବ । ସକାଳୁ ସକାଳୁ ଯେଉଁଭଳି ଭାବେ ସବୁଆଡେ ପାଗ ହୋଇଛି ତାହା ଦେଖିତ ଆପଣମାନେ ଜାଣିପାରୁଥିବେ ଯେ ରାଜ୍ୟରେ ଆଉ କିଛି ଘଣ୍ଟା ମଧ୍ୟରେ ଆସିବାକୁ ଯାଉଛି ଏକ ବଡଧରଣର କାଳବୈଶାଖୀ । ଜୋରରେ ପବନ ବହିବା ସହିତ ଘଡଘଡି ଓ ବର୍ଷା ହେବ । କଳାବାଦଲରେ ଆଛାଦିତ ହୋଇ କିଛି ସମୟ ପାଇଁ ଦିନ ମଧ୍ୟ ଅନ୍ଧାର ହୋଇଯିବ । ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ ପବନ ଦ୍ୱାରା ବଡ ବଡ ଗଛ ଭାଙ୍ଗିଯିବାର ସମ୍ଭାବନା ରହିଛି । ମୌସୁମୀ ବାୟୁ ନିର୍ଦ୍ଦାରଣ ସମୟ ପୂର୍ବରୁ କେରଳ ଛୁଇଁ ସାରିଛି । ଏବଂ ଏହା ଦକ୍ଷିଣ-ପୂର୍ବ ଓଡିଶା ଆଡକୁ ଅଗ୍ରସର ହେଉଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତା ସାଙ୍ଗକୁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଥିବାବେଳେ କିଛି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଅନ୍ୟପଟେ ପଶ୍ଚିମ ଓଡିଶାରେ ଅସହ୍ୟ ଗୁଳୁଗୁଳି ତାତି ଦେଖିବାକୁ ମିଳିଛି । ଅସହ୍ୟ ଖରାରେ ସେଠାରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ତେବେ ଗୋଟିଏ ପଟେ ରାଜ୍ୟରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଉଥିବାବେଳେ ଅନ୍ୟପଟେ ଖରା ପାଇଁ ସତର୍କ ସୂଚନା ଜାରି କରାଯାଉଛି । ତେବେ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷାର ତାଣ୍ଡବ ପାଇଁ ଲୋକଙ୍କୁ ସତର୍କ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *