ଆଜି ଆସୁଛନ୍ତି ଅମିତ୍ ଶାହ

ଆଜି ଆସୁଛନ୍ତି ଅମିତ୍ ଶାହ

ଆଜିଠୁ ରାଜ୍ୟରେ ଜମିବ ପ୍ରଚାରର ମାହୋଲ । ରାଜ୍ୟରେ ନିଜ ଦଳୀୟ କର୍ମୀଙ୍କ ପାଇଁ ଭୋଟ ମାଗିବାକୁ ଆସୁଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ଆଜି ସୋନପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ଅମିତ୍ ଶାହ । ସୋନପୁରରେ ପ୍ରଥମ ନିର୍ବାଚନ ପ୍ରଚାର କରି ଓଡିଶାବାସୀଙ୍କୁ ଭୋଟ ପାଇଁ ନିବେଦନ କରିବେ ଶାହ । ଏଥିପାଇଁ ବିଜେପି ଶିବିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ସୋନପୁରର ରାମେଶ୍ୱରମ ଷ୍ଟାଡିୟମରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ଏହି ପ୍ରଚାର ସଭାରେ ୫୦ରୁ ଅଧିକ ଲୋକ ସାମିଲ ହେବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଆଜି ରାୟଗଡାରୁ ମଧ୍ୟ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଉଭୟ ଗୋଟିଏ ଦିନରେ ମାରାଥନ ପ୍ରଚାର କରୁଥିବା ବେଳେ କାହା ପ୍ରଚାର ନିର୍ବାଚନରେ ପ୍ରଭାବ ପକାଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *