ଆଜି ଉଦଘାଟିତ ହେବ ରାଜ୍ୟର ଦୀର୍ଘତମ ଫ୍ଲାଏଓଭର

ଆଜି ଉଦଘାଟିତ ହେବ ରାଜ୍ୟର ଦୀର୍ଘତମ ଫ୍ଲାଏଓଭର

ଆଜି ରାଜ୍ୟର ଦୀର୍ଘତମ ଫ୍ଲାଏ ଓଭରବ୍ରିଜ ଉଦଘାଟନ ହେବ । କେନ୍ଦୁଝର ଜିଲ୍ଲା ଯୋଡାଠାରେ ବହୁ ପ୍ରତୀକ୍ଷିତ ଦୀର୍ଘତମ ଫ୍ଲାଏ ଓଭରବ୍ରିଜ ଉଦଘାଟିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂରେ ଏହାର ଉଦଘାଟନ କରିବେ । ଏହି ଦୀର୍ଘତମ ଫ୍ଲାଏ ଓଭର ୨୫୦ କୋଟି ଟଙ୍କା ବ୍ୟୟରେ ୩ କଲୋମିଟର ପର୍ଯ୍ୟନ୍ତ ତିଆରି ହୋଇଛି । ଏ ଓଭରର ଚଉଡା ୧୨ ମିଟର ଓ ଭୂମିଠାରୁ ଏହାର ସର୍ବାଧିକ ଉଚ୍ଚତା ୬୦ ଫୁଟ ରହିଛି । ସୁରକ୍ଷା ଦୃଷ୍ଟିରୁ ଫ୍ଲାଏଓଭର ଉପରେ ଥିବା ମୋଡ ଗୁଡ଼ିକରେ ସିଗନାଲ ବୋର୍ଡ ଲଗାଯାଇଛି । ଏଥିରେ ସ୍ୱତନ୍ତ୍ର ଭାବେ ଲୁହା ବିୟରିଂ ପରିବର୍ତ୍ତେ ରବର ନିର୍ମିତ ଇଲେଷ୍ଟ୍ରମେଟ୍ରିକ ବିୟରିଂ ଲଗାଯାଇଛି । ଯାହା ଦ୍ୱାରା ପୋଲର ସ୍ଥାୟିତ୍ୱ ୧୦୦ରୁ ବର୍ଷରୁ ଅଧିକ ହେବ ବୋଲି କୁହାଯାଇଛି । ଯୋଡା ସହରରେ ଟ୍ରାଫିକ୍ ସମସ୍ୟା ଓ ଦୁର୍ଘଟଣା ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗତ ୨୦୨୦ ନଭେମ୍ବର ମାସ ୧୨ ତାରିଖରେ ଏହି ଫ୍ଲାଏଓଭରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।

author

Related Articles

Leave a Reply

Your email address will not be published. Required fields are marked *