ଆଜି ଓଡିଶା ଫେରିବେ 5ଜଣ ଓଡିଆ ଶ୍ରମିକ

ଆଜି ଓଡିଶା ଫେରିବେ 5ଜଣ ଓଡିଆ ଶ୍ରମିକ

ଉତ୍ତରାଖଣ୍ଡର ଟନେଲ ଦୁର୍ଘଟଣାରେ ଫସି ରହିଥିବା 41 ଶ୍ରମିକଙ୍କୁ ଦୀର୍ଘ 17 ଦିନର ରେସ୍କ୍ୟୁ ଅପରେସନ ପରେ ବାହାର କରାଯାଇଥିଲା । 41ଶ୍ରମିକଙ୍କ ମଧ୍ୟରୁ 5 ଜଣ ଓଡିଆ ଶ୍ରମିକ ଥିଲେ । ସେହି ଶ୍ରମିକମାନେ ଆଜି ଓଡିଶା ଫେରୁଛନ୍ତି । ଏମାନେ ହେଲେ ବାରିପଦାର ବିଶ୍ୱେଶ୍ୱର ନାୟକ,କୁଲଡିହାର ରାଜୁ ନାୟକ,ବଡକୁଦରର ଧୀରେନ ନାୟକ,ତାଲବେଡାର ଭଗବାନ ଭତ୍ରା ଏବଂ ଶଙ୍କର୍ଷଣପୁରର ତପନ ମଣ୍ଡଳ । ନୂଆଦିଲ୍ଲୀରୁ ଭୁବନେଶ୍ୱରରେ ବିମାନ ଯୋଗେ ଆସି ପହଞ୍ଚିବେ । ସେମାନଙ୍କୁ ସ୍ୱାଗତ କରିବା ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *