ଆଜି ଘୋଷଣା ହେବ ଆମେଥି ଓ ରାୟବେଲି ଟିକେଟ

ଆଜି ଘୋଷଣା ହେବ ଆମେଥି ଓ ରାୟବେଲି ଟିକେଟ

ନିର୍ବାଚନକୁ ମାତ୍ର ଦିନ କେଇଟା ବାକି । କିନ୍ତୁ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ ଦଳମାନଙ୍କ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା । ଆଜି ଘୋଷଣା ହୋଇପାରେ କଂଗ୍ରେସର ଗଡ ଉତ୍ତର ପ୍ରଦେଶର ଆମେଥି ଓ ରାୟବରେଲି ଆସନରେ ପ୍ରାର୍ଥୀଙ୍କ ନାମ । ଏନେଇ ଚାଲିଥିବା ସ୍ସପେନ୍ସ ଉପରୁ ପରଦା ହଟାଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ଆଜି ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇଯିବ ବୋଲି କହିଛନ୍ତି ଜୟରାମ । ଆମେଥି ଓ ରାୟବରେଲି କଂଗ୍ରେସର ଗଡ ରହିଛି । ଏଠାରେ କାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ଥିବାରୁ ଆଜି ଘୋଷଣା ହୋଇପାରେ ପ୍ରାର୍ଥୀଙ୍କ ନାମ । ଆସନ୍ତା ୨୦ରେ ଆମେଥି ଓ ରାୟବରେଲିରେ ନିର୍ବାଚନ ହେବ । ଆମେଥିରୁ ରାହୁଲ, ରାଇବରେଲିରୁ ପ୍ରିୟଙ୍କା ପ୍ରାର୍ଥୀ ହେବାର ସମ୍ଭାବନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *