ଆଜି ଚନ୍ଦ୍ରଗ୍ରହଣ ଏହି ରାଶିଙ୍କ ପାଇଁ ଅଶୁଭ…

ଆଜି ଚନ୍ଦ୍ରଗ୍ରହଣ ଏହି ରାଶିଙ୍କ ପାଇଁ ଅଶୁଭ…

ଆଜି ଲାଗୁଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଭାରତ ସମେତ ବିଭିନ୍ନ ରାଷ୍ଟ୍ରକୁ 3ଘଣ୍ଟା ଧରି ହେବ ଦୃଶ୍ୟମାନ । ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ହେବା ସହ ରାତି ଗୋଟାଏ ୨୭ ମିନିଟ ୧୭ ସେକେଣ୍ଡ ସାଢେ ତିନିଘଣ୍ଟା ପରେ ସର୍ବମୋକ୍ଷ ହେବ । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ । ଦିବା ୧୨ ଘଣ୍ଟା ୫୭ ମିନିଟ ୨୨ ସେକେଣ୍ଡରୁ ପାକତ୍ୟାଗ ସହ ଦେବନୀତିକୁ ନିଷେଧ କରାଯାଇଛି । ଚନ୍ଦ୍ରଗ୍ରହଣ ପଡୁଥିବାରୁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି । ମଧ୍ୟ ରାତ୍ର ୨ ଟାରୁ ଦ୍ବାର ଫିଟାଯାଇ ସହ ୨ଟା ୪୦ ମଧ୍ୟ ରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହୋଇଛି । ଏହା ପରେ ଶ୍ରୀମନ୍ଦିରରେ ଦୈନିକ ନୀତି କାନ୍ତି ମାନ ଅନୁଷ୍ଠିତ କରାଯାଇଛି । ଏହି ଗ୍ରହଣ ବୃଷ, ମିଥୁନ, କର୍କଟ, ସିଂହ, କୁମ୍ଭ, ତୁଳା, ମକର ଏବଂ ମୀନ ରାଶିକୁ ଶୁଭଫଳ ପ୍ରଦାନ କରିବା ସହିତ ଦୀର୍ଘ ଦିନରୁ ବାକି ରହିଥିବା କାର୍ଯ୍ୟ ପୂରଣ ହେବ । ତେବେ ମେଷ, କନ୍ୟା, ତୁଳା, ବିଛା ଓ ଧନୁ ରାଶିରେ ଚନ୍ଦ୍ର ଶୁଭ ହୋଇନଥିବା କାରଣରୁ ସେମାନେ ସତର୍କତା ଅବଲମ୍ବନ କରିବା ସହ ଚନ୍ଦ୍ର ଗ୍ରହଣ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ । ଗର୍ଭବତୀ ଥିବା ମହିଳାମାନେ ଏହି ଚନ୍ଦ୍ର ଗହଣରେ ନିଜକୁ ଦୁରେଇ ରଖିବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ ।

author

Related Articles

Leave a Reply

Your email address will not be published. Required fields are marked *