ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଜେରା କରିବ ଇଡି

ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଜେରା କରିବ ଇଡି

ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଗତକାଲି ସେ ନିଖୋଜ ଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବଜେଟ ପାଇଁ ବ୍ୟସ୍ତ ଥିବା କହିଥିଲେ। ତେବେ ଆଜି ରାଞ୍ଚିସ୍ଥିତ ବାସଭବନରେ ଇଡିର ସମ୍ମୁଖୀନ ହୋଇପାରନ୍ତି ହେମନ୍ତ । ହେମନ୍ତଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ୍ କରି ଇଡି ନଗଦ ୩୬ ଲକ୍ଷ ଟଙ୍କା, ଦୁଇଟି ଦାମୀ ଗାଡ଼ି ଓ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରିବା ପରେ ତାଙ୍କ ଗିରଫ ସମ୍ଭାବନା ବଢିଯାଇଛି।


ପୂର୍ବରୁ ନଅ ନଅ ଥର ସମନ ଟାଳି ଇଡି କାର୍ଯ୍ୟାଳୟରେ ହାଜର ହୋଇ ନଥିଲେ ହେମନ୍ତ ସୋରେନ। ଦଶମ ଥର ଲାଗି ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ଇଡି ହେମନ୍ତଙ୍କୁ ଶେଷ ସୁଯୋଗ ଦେଇଥିଲା । ହେଲେ ହେମନ୍ତ ଓଲଟା ଇଡିକୁ ଚିଠି ଲେଖିଛନ୍ତି ଯେ, ସେ ବଜେଟ ପାଇଁ ବ୍ୟସ୍ତ । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି। ତେଣୁ ଆଜି ରାଞ୍ଚିସ୍ଥିତ ବାସଭବନରେ ଇଡିକୁ ଭେଟିବାକୁ ରାଜି ହୋଇଛନ୍ତି ହେମନ୍ତ ସୋରେନ।

author

Related Articles

Leave a Reply

Your email address will not be published. Required fields are marked *