ଆଜି ଦିଲ୍ଲୀରେ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ

ଆଜି ଦିଲ୍ଲୀରେ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ

ଆଜି ଦିଲ୍ଲୀରେ ବସିବ କଂଗ୍ରେସର ସ୍କ୍ରିନିଂ କମିଟିର ବୈଠକ । କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକାରୁ ଓଡିଶା ବାଦ୍ ପଡିଛି । ତେଣୁ ଆଜିର ବୈଠକରେ ଓଡିଶା ପାଇଁ ପ୍ରାର୍ଥୀ ଚୟନ ଉପରେ ନିଷ୍ପତ୍ତି ନିଆଯିବ । ତେଣୁ ଟିକେଟ୍ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଖୋଲିପାରେ ବୋଲି କୁହାଯାଉଛି । କେଉଁ ଆସନରେ କଂଗ୍ରେସ ପ୍ରାର୍ଥୀ ଦେବ ଏବଂ କେଉଁ ଆସନ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳକୁ ଛାଡିବ, ତାହା ଆଜିର ସ୍କ୍ରିନିଂ କମିଟି ବୈଠକରେ ଚୂଡାନ୍ତ ହେବ । ବୈଠକରେ ସାମିଲ ହେବା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ । ତାଙ୍କ ସମେତ କଂଗ୍ରେସ ପ୍ରଭାରୀ ଅଜୟ କୁମାର ମଧ୍ୟ ବୈଠକରେ ସାମିଲ ହେବେ ।ବୈଠକ ପରେ ପ୍ରତି ନିର୍ବାଚନମଣ୍ଡଳୀର ଚୂଡାନ୍ତ ନାମ ଏଆଇସିସିର କେନ୍ଦ୍ରୀୟ ନିର୍ବାଚନ କମିଟି ପାଖକୁ ପଠାଯିବ । ଏହି ତାଲିକା ପାଇବା ପରେ ଯେକୌଣସି ମୂହୁର୍ତରେ କଂଗ୍ରେସର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ସମ୍ଭାବନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *