ଆଜି ନବୀନ ନିବାସରେ ବସୁଛି ବିଜେଡିର ବଡ଼ ବୈଠକ

ଆଜି ନବୀନ ନିବାସରେ ବସୁଛି ବିଜେଡିର ବଡ଼ ବୈଠକ

ବିଜେପି-ବିଜେଡି ମେଣ୍ଟକୁ ନେଇ ଆଜି ରାଜ୍ୟରେ ବସିବ ବଡ ବୈଠକ । ନବୀନ ନିବାସରେ ଦଳର ସୁପ୍ରିମୋ ଏକ ବଡ ବୈଠକ ଡକାଇଛନ୍ତି । ଅପରାହ୍ଣ ୪ଟା ୩୦ରେ ବୈଠକ ଅନୁଷ୍ଠିତ ହୋଇପାରେ ବୋଲି କୁହାଯାଉଛି । ଦଳର ବରିଷ୍ଠ ନେତାମାନଙ୍କ ସହ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ମଧ୍ୟ ବୈଠକରେ ସାମିଲ ହେବା ନେଇ ସୂଚନା ରହିଛି । ହେଲେ ବୈଠକରେ କେଉଁ ବିଷୟରେ ଆଲୋଚନା ହେବ ସେନେଇ ଦଳ ପକ୍ଷରୁ କିଛି ବି ସୂଚନା ଦିଆଯାଇନାହିଁ । ହେଲେ ଦଳୀୟ ନେତୃବୃନ୍ଦଙ୍କ ସହ ମେଣ୍ଟ ନେଇ ଆଲୋଚନା କରାଯିବା ସହ ଆସନ ଭାଗବଣ୍ଟା ନେଇ ସୂଚନା ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି । ଗତ ୬ ତାରିଖରେ ନବୀନ ନିବାସରେ ବିଜେଡି ବରିଷ୍ଠ ନେତାଙ୍କ ବୈଠକ ବସିଥିଲା । ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଉପରେ ନିଷ୍ପତି ଛାଡିଥିଲେ । ସେହିଦିନ ଦିଲ୍ଲୀରେ ମଧ୍ୟ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ରାଜ୍ୟ ନେତାଙ୍କ ବୈଠକ ହୋଇଥିଲା । ଏହାର ୮ ଦିନ ପରେ ମଧ୍ୟ ମେଣ୍ଟ ଚର୍ଚ୍ଚା ଉପରୁ ପରଦା ହଟିପାରିନାହିଁ ।

author

Related Articles

Leave a Reply

Your email address will not be published. Required fields are marked *