ଆଜି ନିମାପଡାରେ ରୋଡ ସୋ’ କରିବେ ବିଜେଡି ସୁପ୍ରିମୋ

ଆଜି ନିମାପଡାରେ ରୋଡ ସୋ’ କରିବେ ବିଜେଡି ସୁପ୍ରିମୋ

ପୁଣି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପିର ଘନଘନ ଆକ୍ରମଣ ଏବଂ କ୍ଷମତା ବଜାୟ ରଖିବାର ଆହ୍ୱାନ ଭିତରେ ବିଜେଡି ସୁପ୍ରିମୋ ଆଜି ମଧ୍ୟ ପ୍ରଚାର କରିବାକୁ ରେଡୀ ହେଉଛନ୍ତି । ପୁରୀ ନିମାପଡା ନିର୍ବାଚନ ମଣ୍ଡଳୀରେ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ଦଳୀୟ ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ । ବଡ କଥା ହେଉଛି ଏହି ଆସନରୁ ଦୀର୍ଘ ଦିନ ଧରି ସମୀର ଦାସ ବିଜେଡିର ପ୍ରାର୍ଥୀ ହୋଇ ଆସୁଥିଲେ । ଏବେ ସେ ବିଜେପି ଶିବିରରେ ଯୋଗ ଦେଇଛନ୍ତି । ଆଉ ନିମାପଡାକୁ ବିଜେଡି ନିଜ ପକେଟରେ ରଖିବା ପାଇଁ ଅନେକ ନେତାଙ୍କୁ ଏହି ଆସନରେ ଲଗାଇଛି । ଏହି କ୍ରମରେ ଆଜି ରୋଡ ଶୋ କରି ନବୀନ ଭୋଟ୍ ଭିକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *