ଆଜି ପଦ୍ମବେଶରେ ବିଭୁଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି

ଆଜି ପଦ୍ମବେଶରେ ବିଭୁଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି

ଆଜି ପଦ୍ମବେଶରେ ବିଭୁଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବେ ଶ୍ରୀଜିଉଙ୍କ ଦିବ୍ୟ ପଦ୍ମବେଶ । ମହାପ୍ରଭୁଙ୍କ ଏହି ବେଶ ପାଇଁ ସୋଲରେ ପଦ୍ମପାଖୁଡା, ହଂସ, ଗଛ, କଦମ୍ବ ଫୁଲରେ କରପଲ୍ଲବ ପ୍ରଭୃତି ପଦ୍ମବେଶ ଶିଳ୍ପୀ ଅତି ନିଖୁଣ ଭାବେ ତିଆରି କରିଛନ୍ତି । ସିଂହାରୀ ସେବକଙ୍କ ଦ୍ୱାରା ଏହା ବିଭୂଷିତ କରାଯିବ । ମାଘମାସ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଶନିବାର ବା ମଙ୍ଗଳବାରରେ ଏହି ବେଶ ହୋଇଥାଏ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ପରେ ବଡ଼ ସିଂହାରରେ ଏହି ବେଶ ହୁଏ। ଏହି ବେଶରେ ଥିଲା ବେଳେ ହିଁ ମହାପ୍ରଭୁଙ୍କୁ ପହୁଡ଼ କରାଯାଇଥାଏ। ମହାପ୍ରଭୁଙ୍କ ଏହି ଦିନ ବଡ଼ଛତା ମଠ ପକ୍ଷରୁ ଖିରି, ଅମାଲୁ ଭୋଗ ହୁଏ। ଏହି ବେଶର ଅନ୍ୟନାମ ପଦ୍ମମୁଖ ବେଶ।

author

Related Articles

Leave a Reply

Your email address will not be published. Required fields are marked *