ଆଜି ପବିତ୍ର ଅକ୍ଷୟ ତୃତୀୟା

ଆଜି ପବିତ୍ର ଅକ୍ଷୟ ତୃତୀୟା

ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଆଜିଠୁ ଆରମ୍ଭ ହେବ ରଥ ନିର୍ମାଣ ଅନୁକୂଳ ନୀତି ଓ ଚନ୍ଦନ ଯାତ୍ରା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ୩ଟି ୧୨ ଫୁଟିଆ ଧଉରା କାଠ ରଖାଯାଇଛି । ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୁଳ ପରେ ରଥନିର୍ମାଣର ବିଧି ଆରମ୍ଭ ହେବ । ସେହିପରି ଆଜିଠୁ ୨୧ ଦିନ ଧରି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ହେବ। ସେହିପରି ଉତ୍କଳୀୟ ପରମ୍ପରା ଅନୁଯାୟୀ ଗାଁ ଗହଳିରେ ଆଜି ଅକ୍ଷିମୁଠି ଅନୁକୁଳ କରାଯିବାର ବିଧି ରହିଛି।

author

Related Articles

Leave a Reply

Your email address will not be published. Required fields are marked *