ଆ-କା-ମା-ବୈରେ କମ୍ପୁଛି ପରିବେଶ । ମଦୋଦଧିରେ ବୁଡ ପକାଇଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଥିବାକୁ ବେଳାଭୂମିରେ ମଧ୍ୟ ଅସଂଖ୍ୟ ଲୋକଙ୍କ ଭିଡ ଜମିଛି । ଆଜି ସୁନେବେଶରେ ଦର୍ଶନ ଦେଉଛନ୍ତି ମହାବାହୁ । ପବିତ୍ର କାର୍ତ୍ତିକ ମାସର ପୂର୍ଣ୍ଣିମା ପାଇଁ ହବିଷ୍ୟାଳୀମାନେ ମଧ୍ୟ ସମୁଦ୍ର ବେଳାଭୂମିରେ ପୂଜାର୍ଚ୍ଚନା କରିବା ସହିତ ଆଜିର ପ୍ରଥମ ଉଦୟ ସୂର୍ୟ୍ୟଙ୍କୁ ଦର୍ଶନ କରିଛନ୍ତି ।
ଗୋଟିଏ ବର୍ଷରେ ମହାପ୍ରଭୁ ପାଞ୍ଚ ଥର ସୁନାବେଶରେ ଦର୍ଶନ ଦେଇଥାନ୍ତି । ତେବେ କାର୍ତ୍ତିକ ମାସ ପୁର୍ଣ୍ଣିମାରେ ରାଜରାଜେଶ୍ବର ବେଶ ନାମରେ ଏହି ସୁନାବେଶ କରାଯାଇଥାଏ । ହରିବୋଲ, ହୁଳହୁଳି ରେ କମ୍ପୁଛି ଗଗନ ପବନ । ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।