ଆଜି ପବିତ୍ର ଗୁରୁ ଦିବସ

ଆଜି ପବିତ୍ର ଗୁରୁ ଦିବସ

‘ଗୁରୁବ୍ରହ୍ମା, ଗୁରୁବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ’ । ସର୍ବ ଧର୍ମ ସମନ୍ୱୟ ଥିବା ଭାରତବର୍ଷରେ ଆଜି ଗୁରୁ ଦିବସ ପାଳନ କରାଯାଉଛି । ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ନ ଦିବସ ସେପ୍ଟେମ୍ବର ୫କୁ ଆମେ ଗୁରୁ ଦିବସ ରୂପେ ପାଳନ କରିଥାଉ । ଗୁରୁ ଅର୍ଥ ଯିଏ ଅନ୍ଧାରରୁ ଆଲୋକକୁ ଆଣେ । ଗୁରୁ କେବଳ ଶିକ୍ଷକ ନୁହେଁ , ସର୍ବ ପ୍ରଥମ ଗୁରୁ ବାପା, ମା । ଗୁରୁ ସର୍ବତ୍ର ବିଦ୍ୟମାନ । ଏକ ଶିଶୁକୁ ଉତ୍ତମ ଶିକ୍ଷା ଦ୍ୱାରା ସମାଜରେ ଗୋଟେ ଭଲ ମଣିଷ ପରି ମଣିଷ ଗଢି ତୋଳିବା ହିଁ ଗୁରୁଙ୍କ ଅବଦାନ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ କଥାନୁସାରେ ଗୋଟେ ଶିକ୍ଷକ ହିଁ ସମାଜ ଗଠନ ଏବଂ ରାଷ୍ଟ୍ରଗଠନରେ ମୁଖ୍ୟ ଭୂମିକା ନେଇଥାଏ । ତେବେ ୧୯୬୨ରୁ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ୍ନ ଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି ।

୧୮୮୮ ମସିହାରେ ତାମିଲନାଡୁର ତିରୁତନୀ ଠାରେ ଜନ୍ମ ଗହଣ କରିଥିଲେ ସର୍ବପଲ୍ଲୀ ରାଧାକୃଷ୍ଣନ । ସେ ଜଣେ ବକ୍ତା ସହ ହିନ୍ଦୁ ବିଚାରକ ମଧ୍ୟ ଥିଲେ । ଭାରତୀୟ ସଂସ୍କୃତିରେ ଜଣେ ମହାନ ଶିକ୍ଷକ ଭାବେ ବେଶ୍ ପରିଚିତ । ସେ ବେଦ ଓ ଉପନ୍ୟାସକୁ ସୁନ୍ଦର ଭାବେ ବାଖ୍ୟା କରୁଥିଲେ । ତେବେ ଗୁରୁ ଶିଷ୍ୟ ପରମ୍ପରା ଆଜିର ନୁହେଁ । କାହିଁ କେତେ କାଳରୁ ଏହି ପରମ୍ପରା ଜୀବିତ । ଆମେ ଗୁରୁ ଦ୍ରୋଣାଚାର୍ଯ୍ୟ, ପର୍ଶୁରାମ ପରି ମହାନ ଗୁରୁଙ୍କ କଥା ସବୁ ଜାଣିଛେ । ଏହି ଗୁରୁ ପରମ୍ପରାକୁ ଜୀବିତ ରଖିବା ଉଦ୍ଦେଶ୍ୟରେ ସେପ୍ଟେମ୍ବର ୫କୁ ଗୁରୁଦିବସ ରୂପେ ପାଳନ କରାଯାଇଆସୁଛି ।

author

Related Articles

Leave a Reply

Your email address will not be published. Required fields are marked *