ଆଜି ପବିତ୍ର ଦେବ ଦୀପାବଳି

ଆଜି ପବିତ୍ର ଦେବ ଦୀପାବଳି

ଆଜି ଶ୍ରୀମନ୍ଦିରରେ ଦେବ ଦୀପାବଳି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ବିଶେଷ ନିତୀକାନ୍ତି ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ମାନବୀୟ ଲୀଳା ଆଚରଣ କରି ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପାଦରେ ତିନି ଯୁଗର ପିତାମାତାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥାନ୍ତି ।


ଏହି ନୀତି ସମୟରେ ମହାପ୍ରଭୁ ନାଗପୁରୀ ଶାଢି ଚାଦର ପରିଧାନ କରି ଶ୍ରାଦ୍ଧ ବେଶରେ ବିଭୂଷିତ ହୋଇଥାନ୍ତି । ଏହି ନୀତି ଶ୍ରୀମନ୍ଦିରରେ ୩ ଦିନ ଧରି ପାଳନ କରାଯାଏ । ତେବେ ଏହି ଅବସରରେ ଆସନ୍ତାକାଲି ବଡଦାଣ୍ଡରେ ୧ ଲକ୍ଷ ଦ୍ୱୀପ ଜଳାଯିବ । ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଛତିଶାନିଯୋଗ ପକ୍ଷରୁ ଏହି ସମୂହ ଦୀପଦାନ କରାଯିବ । ଏଥିରେ ଭକ୍ତ ଓ ଦର୍ଶନାର୍ଥିଙ୍କ ସହ ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ସଗଂଠନ ମଧ୍ୟ ସାମିଲ ହେବେ ।

ଏହି ସମାରୋହ ସିଂହଦ୍ୱାର ଠାରୁ ଆରମ୍ଭ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ସମୟରେ ପୁରୀର ସମସ୍ତ ଘରେ ଦୀପ ଲଗାଇବାକୁ ନିବେଦନ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *