ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ 4ଟା 50ରେ ହେଲିକପ୍ଟର ଯୋଗେ ଯାଇ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରିବେ । ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଶ୍ରୀଜଗନ୍ନାଥବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ବୁଲି ଦେଖିବେ । ସେପଟେ ପୁରୀରେ ଆରମ୍ଭ ହୋଇଛି ନୂଆ କଟକଣା । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଭକ୍ତ ପ୍ରଭୁଙ୍କ ଅତିଥି, ସେମାନଙ୍କୁ ଭଲ ବ୍ୟବହର କରିବା ଆବଶ୍ୟକ । ଭକ୍ତମାନଙ୍କଠାରୁ ଯେପରି ଶାଳୀନତା ପୂର୍ଣ୍ଣ ଆଚରଣ ଆଶା କରାଯାଉଛି, ସେମାନଙ୍କୁ ମଧ୍ୟ ଶାଳୀନତାପୂର୍ଣ୍ଣ ଆଚରଣ କରିବା ଦରକାର ବୋଲି କୁହାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *