ଆଜି ପ୍ରଚାରରେ କମ୍ପିବ ସାରା ରାଜ୍ୟ

ଆଜି ପ୍ରଚାରରେ କମ୍ପିବ ସାରା ରାଜ୍ୟ

ଆଜିଠୁ ଆହୁରି ସରଗରମ ହେବ ପ୍ରଚାର ମଇଦାନ । ଆଜି ୩ ଦଳର ଶୀର୍ଷ ନେତୃତ୍ୱ ନିଜ ନିଜ ଦଳ ପାଇଁ କରିବେ ପାୱାର ସୋ । ଗୋଟିଏ ଦିନରେ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ୩ ଦଳର ପ୍ରମୁଖ ଚେହେରା । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ୩ ପର୍ଯ୍ୟାୟ ମତଦାନ ବାକି ଅଛି । ଏଥିପାଇଁ ଜାତୀୟ ଦଳର ନେତାମାନେ ଓଡିଶାକୁ ଆସି ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ଏହି କ୍ରମରେ ଏବେ କଂଗ୍ରେସର ହାଇପ୍ରୋଫାଇଲ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି । ରାହୁଲ ବଲାଙ୍ଗୀରରେ ନିର୍ବାଚନର ରଣହୁଙ୍କାର ଦେବେ ବୋଲି ସୂଚନା ରହିଛି । ସେପଟେ ଏଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବ ବୋଲି ବିଜେପିର ପ୍ରମୁଖ ନେତା ଗ୍ୟାରେଣ୍ଟି ଦେଉଥିବା ବେଳେ ତୁହାକୁ ତୁହା ନିର୍ବାଚନୀ ପ୍ରଚାରରେ ଆସୁଛନ୍ତି ଦଳର ପ୍ରମୁଖ ନେତା। ଆଜି ପୁଣି ଓଡ଼ିଶାରେ ନିର୍ବାଚନ ପ୍ରଚାର ପାଇଁ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପ୍ରଥମେ ଗଞ୍ଜାମର ସୋରଡାରେ ଏକ ସମାବେଶକୁ ସମ୍ଭୋଧିତ କରି ସେଠାର ବୌଦ୍ଧ ଯାଇ ପ୍ରଚାର କରିବେ ବୋଲି ସୂଚନା ମିଳିଛି । ସେହିପରି ରଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଆଜି ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦାନ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନଙ୍କ ସଂସଦୀୟ କ୍ଷେତ୍ର ସମ୍ବଲପୁରରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକରେ ବିଶାଳ ଜନସଭା କରିବେ ବିଜେଡି ସୁପ୍ରିମୋ । ନବୀନଙ୍କ ମାରାଥନ ପ୍ରଚାର ପ୍ରଣବଙ୍କ ପାଇଁ ସଂଜୀବନୀ ହେବ ବୋଲି ଚର୍ଚ୍ଚା ହେଉଛି । ସେହିପରି ରାଉରକେଲା ଯାଇ ସେଠାରେ ମଧା ନବୀନ ପ୍ରଚାର କରିବେ ବୋଲି ସମସ୍ତ ପ୍ରସ୍ତୁତି ସରିଛି । ତେବେ ଏଥର ସମସ୍ତ ରାଜନୈତିକ ଦଳର ଫୋକସରେ ଓଡିଶା ରହିଥିବାରୁ ଏହାକୁ ନିଜ କବଜାକୁ ଆଣିବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି କଂଗ୍ରେସ, ବିଜେପି, ବିଜେଡି । ଦେଖାଯାଉ କାହାର ପ୍ରଚାର କେତେ ପ୍ରଭାବକାରୀ ହେଉଛି ଏବଂ ଓଡିଶାରେ କାହାର ରାଜ ଚାଲୁଛି ।

author

Related Articles

Leave a Reply

Your email address will not be published. Required fields are marked *