ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ

ଆଜି ୧୦୮ତମ ବିଜୁ ଜୟନ୍ତୀ । ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡିଶାର ପୂବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ । ସେ ୧୯୬୧ରୁ ୧୯୬୩ ଯାଏଁ ଓଡିଶାର ଦାୟିତ୍ୱଭାର ନିଜ ମୁଣ୍ଡକୁ ନେଇଥିଲେ । ୧୯୯୦ରୁ ୧୯୯୫ ପଯ୍ୟନ୍ତ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦରେ ସ୍ଥାନିତ ହୋଇଥିଲେ । ଏପରିକି ସେ କେନ୍ଦ୍ରରେ କୋଇଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ଜଣେ ନିର୍ଭିକ ପାଇଲଟ ଭାବେ ସେ ଅନେକ ସୁଖ୍ୟାତି ଅର୍ଜନ କରିଛନ୍ତି । ଇଣ୍ଡୋନେସିଆ ତରଫରୁ ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରାଯାଇଥିଲା । ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବାରେ ସେ ଥିଲେ ସୂତ୍ରଧର । ଆଜିର ଦିନକୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଏ।


ଅନ୍ୟପଟେ ବିଜୁ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା। ବାଲୁକା କଳାକୃତି ମାଧ୍ୟମରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତନାମା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ଏକ ସୁନ୍ଦର ବାଲୁକା ନିର୍ମିତ ପ୍ରତିକୃତି ତିଆରି କରିବା ସହିତ, ଟ୍ରିବ୍ୟୁଟ୍ ଟୁ ଦି ଟଲ୍ ମ୍ୟାନ ବିଜୁ ବାବୁ ଏବଂ କଳିଙ୍ଗର ବୀରପୁତ୍ର ବିଜୁବାବୁ ବୋଲି ଲେଖିଛନ୍ତି ସୁଦର୍ଶନ।

author

Related Articles

Leave a Reply

Your email address will not be published. Required fields are marked *