ଆଜି ପ୍ରାର୍ଥୀ ପତ୍ର ଦାଖଲ କରିବେ ମନ୍ମଥ, ଅପରାଜିତା

ଆଜି ପ୍ରାର୍ଥୀ ପତ୍ର ଦାଖଲ କରିବେ ମନ୍ମଥ, ଅପରାଜିତା

ଆଜି ନାମାଙ୍କନ ଦାଖଲ କରିବେ ହେଭିୱେଟ ନେତା । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଏବେ ପ୍ରାର୍ଥୀମାନେ ନାମାଙ୍କନ ଭରିବା ଆରମ୍ଭ କରିସାରିଲେଣି । ଆଉ ଆଜି ରାଜ୍ୟ ଚର୍ଚ୍ଚିତ ରାଜନେତା ମାନେ ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି । କଣ୍ଟାବାଞ୍ଜିରୁ ବିଜେଡି ସୁପ୍ରିମୋ ନାମାଙ୍କନ ଭରିବେ । ୨ ଦିନ ପୂର୍ବରୁ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଉ ଆଜି ସେ କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ । ସେହିପରି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ମଧ୍ୟ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି । ଅନ୍ୟପଟେ ବିଜେପିର ଆଗଧାଡିର ନେତା ଧ ର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିବେ । ଏହାରି ମଧ୍ୟରେ ଆଜି ହିଁ ସମସ୍ତ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *