ଆଜି ବସୁଛି ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ବୈଠକ

ଆଜି ବସୁଛି ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ବୈଠକ । ଗତକାଲି ଉଭୟ ଲୋକସଭା ଏବଂ ରାଜ୍ୟସଭାରୁ ୯୨ ଜଣ ସାଂସଦଙ୍କୁ ନିଲମ୍ବନ କରାଯିବା ପରେ ଏହି ବୈଠକ ଡକା ଯାଇଛି ।
ଦିଲ୍ଲୀର ଅଶୋକା ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହେବ। ନିକଟରେ ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ବୈଠକ ଡାକିଥିଲା। କିନ୍ତୁ ବିଭିନ୍ନ ଦଳର ମୁଖିଆମାନେ ଯୋଗ ଦେଇପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏହାପରେ ବୈଠକକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଗତକାଲି ଶୀତ ଅଧିବେଶନରୁ ୭୯ ଜଣ ସାଂସଦ ନିଲମ୍ବିତ ହେବା ପରେ ହଠାତ୍ ଆଜି ବୈଠକ ବସିବାକୁ ଯାଉଛି।


ଡିସେମ୍ବର ୧୩ରେ ଲୋକସଭାରେ ସ୍ମୋକ୍ ଆଟାକକୁ ନେଇ ଉଭୟ ଗୃହରେ ବିରୋଧୀ ଦଳ ସାଂସଦମାନେ ପ୍ରବଳ ହୋହଲ୍ଲା ଜାରି ରଖିଥିଲେ। ଗୃହ ମନ୍ତ୍ରୀ ଅମିତ ଶାହ ବିବୃତ୍ତି ରଖନ୍ତୁ ବୋଲି ସାଂସଦମାନେ ଦାବି କରି ପ୍ରବଳ ହଙ୍ଗାମା କରିଥିଲେ। ୧୪ ତାରିଖରେ ରାଜ୍ୟସଭାର ଜଣେ ସାଂସଦଙ୍କୁ ମିଶାଇ ଉଭୟ ଗୃହରୁ ୧୩ ଜଣ ସାଂସଦ ନିଲମ୍ବିତ ହୋଇଥିଲେ। ଗତକାଲି ପୁଣି ଲୋକସଭାରୁ ୩୪ ଜଣ ସାଂସଦ ନିଲମ୍ବନ ହେବାପରେ ରାଜ୍ୟସଭାର ୪୫ ଜଣ ସାଂସଦଙ୍କୁ ସସପେଣ୍ଡ କରିଥିଲେ ଅଧ୍ୟକ୍ଷ ଜଗଦୀଶ ଧନଖଡ।

author

Related Articles

Leave a Reply

Your email address will not be published. Required fields are marked *