ଆଜି ବିଜେଡିରେ ମିଶିବେ ମନ୍ମଥ ରାଉତରାୟ

ଆଜି ବିଜେଡିରେ ମିଶିବେ ମନ୍ମଥ ରାଉତରାୟ

ଆଜି ବିଜେଡିରେ ମିଶିବେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଦୀର୍ଘ ଦିନ ଧରି ସେ ବିଜେଡି ନା ବିଜେପି କେଉଁ ଦଳକୁ ଯିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଆଜି ସେ ଚର୍ଚ୍ଚାର ର ଅନ୍ତ ଘଟାଇ ନବୀନଙ୍କ ହାତ ଧରି ନିଜର ପାଦ ରାଜନୀତିରେ ଥାପିବାକୁ ଯାଉଛନ୍ତି । ଆଜି ବିଜେଡିର ମିଶ୍ରଣ ପର୍ବରେ ସେ ଯୋଗ ଦେଇ ବିଧିବଦ୍ଧ ଭାବେ ଶଙ୍ଖ ଭବନରେ ପ୍ରବେଶ କରିବେ ମନ୍ମଥ । ତେବେ ସେ କେଉଁ ଟିକେଟରୁ ଏବଂ କେଉଁଠୁ ଲଢିବେ ତାହା ଏଯାଏଁ ସ୍ପଷ୍ଟ ହୋଇନି । ଦଳ ତାଙ୍କୁ ବିଧାନସଭା ନା ଲୋକସଭା ଟିକେଟ ଦେବ ତାକୁ କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି । ଯଦି ସେ ବିଧାନସଭା ଲଢିବେ ତେବେ ମନ୍ମଥ ଜଟଣୀରୁ ଲଢିବା ନେଇ ଅଧିକ ସମ୍ଭାବନା ରହିଛି ଆଉ ଯଦି ସେ ଲୋକସଭା ଲଢିବେ ତେବେ ସେ ମଧ୍ୟ ବିଜେଡିରୁ ଭୁବନେଶ୍ୱର ପାଇଁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନେକ ଚର୍ଚ୍ଚା । ତେବେ ଦେଖାଯାଉ ଆଜି ସେ ଦଳରେ ଯୋଗ ଦେବା ପରେ ଦଳର ସୁପ୍ରିମୋ ତାଙ୍କୁ କେଉଁ ଦାୟିତ୍ୱ ଦେଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *