ଆଜି ବିଶ୍ୱକପରେ ଭାରତ ବାଂଲାଦେଶ ମୁହାଁମୁହିଁ

ଆଜି ବିଶ୍ୱକପରେ ଭାରତ ବାଂଲାଦେଶ ମୁହାଁମୁହିଁ

ଆଜି ବିଶ୍ୱକପରେ ଭାରତ ବାଂଲାଦେଶ ମୁହାଁମୁହିଁ ହେବେ । ଭାରତ ଏଯାବତ ୩ଟି ଯାକ ମ୍ୟାଚ ଜିତି ସାରିଛି । ଅଷ୍ଟ୍ରେଲିଆ, ପାକିସ୍ତାନ, ଆଫଗାନିସ୍ତାନ ବିରୋଧରେ ଭାରତୀୟ ଦଳର ପ୍ରଦର୍ଶନ ଦମଦାର ରହିଥିଲା । ବାଂଲାଦେଶ ବିରୋଧରେ ଟିମ୍ ଇଣ୍ଡିଆ ନିଜର ଏହି ଚମତ୍କାର ଫର୍ମକୁ ଜାରି ରଖିବାକୁ ଭରପୁର ପ୍ରୟାସ କରିବ । ସେପଟେ ବାଂଲାଦେଶ ମଧ୍ୟ ଟକ୍କର ଦେବାକୁ ସବୁ ପ୍ରକାର ଚେଷ୍ଟା କରିବ । ଚଳିତ ବିଶ୍ୱକପରେ ୨ଟି ବିପର‌୍ୟ୍ୟୟ ହୋଇସାରିଛି ।

ଇଂଲଣ୍ଡକୁ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକାକୁ ନେଦରଲ୍ୟାଣ୍ଡ ପରାସ୍ତ କରିସାରିଛି । ତେଣୁ କୌଣସି ଦଳକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ । ପୁନେରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ । ବିଶ୍ବକପ୍ ଇତିହାସରେ ଭାରତ ୩-୧ରେ ଆଗୁଆ ରହିଥିବା ବେଳେ ସାକିବ୍ ଆଲ୍ ହାସନ୍ଙ୍କ ଦଳ ସ୍ପିନ୍ ଶକ୍ତି ବଳରେ ଭାରତକୁ ଅଡ଼ୁଆରେ ପକାଇବ ବୋଲି ଆଶା ରଖିଛି । ୨୦୦୭ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍ରେ ବାଂଲାଦେଶ ପ୍ରଥମ ଭେଟରେ ଭାରତକୁ ହରାଇ ଦେଇଥିଲେ ମଧ୍ୟ ପରବର୍ତ୍ତୀ ୩ ସଂସ୍କରଣ ୨୦୧୧, ୨୦୧୫, ୨୦୧୯ରେ ପରାଜୟ ବରଣ କରିଥିଲା ।

ବିଗତ ୧୨ ମାସ ଭିତରେ ଖେଳାଯାଇଥିବା ୪ ମୁକାବିଲାରୁ ବାଂଲାଦେଶ ୩ଟି ଜିତିଥିବାରୁ ଏଥିରୁ ନିଶ୍ଚିତ ଖିଅ ଖୋଜିବାକୁ ଚେଷ୍ଟା କରିବ। ଏହି ୩ ପରାଜୟ ଆସିଥିଲା ଏସିଆ କପ୍ ୧ ଏବଂ ୨୦୨୨ ଡିସେମ୍ବରର ଦ୍ବିପାକ୍ଷିକ ଶୃଙ୍ଖଳା ୨ରେ । ତେବେ ଦାବିଦାର ଦଳକୁ ପରାସ୍ତ କରିବା ଲାଗି ଆଫଗାନିସ୍ତାନ ଓ ନେଦରଲାଣ୍ଡ୍ସ ସାହାସ ଯୋଗାଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *