ଆଜି ବି ମନେପଡେ ସେହି କାଳରାତିର କଥା…

ଆଜି ବି ମନେପଡେ ସେହି କାଳରାତିର କଥା…

ଜୁନ 2 ତାରିଖ ସମୟ ପ୍ରାୟ 7ଟା ଛୁକ ଛୁକ କରି ନିତିଦିନିଆ ବେଗରେ ତାର ଗତିପଥରେ ଗଡୁଥିଲା କରମଣ୍ଡଳ ଏକ୍ସପ୍ରେସ । ଟ୍ରେନରେ ବସିଥିବା ସାଧାରଣ ଯାତ୍ରୀଙ୍କ ଆଶା ଓ ଉଦ୍ଦୀପନାକୁ ନେଇ ଗଡିଚାଲିଥିଲା କରମଣ୍ଡଳ । ହେଲେ କିଏ ବା ଜାଣିଥିଲା ଆଗରେ ତାକୁ କାଳ ଅନାଇ ବସିଛି । ସେଦିନର ସେହି ଭୟଙ୍କର ଦୁର୍ଘଟଣା ମନେପଡିଗଲେ ଲୋମ ଟାଙ୍କୁରି ଉଠୁଛି,ଛାତି ଥରି ଉଠୁଛି । କିଏ ଜାଣିଥିଲା ସେହି ଟ୍ରେନ ଯେଉଁମାନେ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ସେ ଦିନ ଶେଷ ପାଲଟିଯିବ । ବାଲେଶ୍ୱରର ବାହାନଗାଠାରେ ଘଟିଥିଲା ସାରା ଦେଶକୁ ଦୋହଲାଇ ଦେଲାଭଳି ଟ୍ରେନ ଦୁର୍ଘଟଣା । କେହି କିଛି ବୁଝିବା ଆଗରୁ ସାମ୍ନାସାମ୍ନି ଧକ୍କା ହୋଇଥିଲା ଦୁଇଟି ଏକ୍ସପ୍ରେସ ଆଉ ଏକ ମାଲବାହୀ ଟ୍ରେନ୍ । ତାର ନିତିଦିନିଆ ବେଗରେ ଗଡୁଥିବା କରମଣ୍ଡଳ ଏକ୍ସପ୍ରେସ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲା । କିନ୍ତୁ ଲୁପ ଲାଇନରେ ଯିବ ପାଇଁ ସିଗନାଲ ମିଳିଥିଲା ହେଲେ ସେହି ଟ୍ରାକରେ ଠିଆ ହୋଇଥିଲା ଏକ ମାଲବାହୀ ଟ୍ରେନ ଯାହା ସହିତ ସାମ୍ନାସାମ୍ନି ଧକ୍କା ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ଆଉ ଛାରକାର ହୋଇଯାଇଥିଲା ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଜୀବନ । କାଳ ସଞ୍ଜର ସେହି ଦୁର୍ଘଟଣାକୁ ଆଜି ବର୍ଷେ ପୁରିଛି । ରକ୍ତ ଜୁଡୁବୁଡୁ ହୋଇ ପଡିଥାଏ ଶବ । ନିଜର ପରିଜନ ସମ୍ପର୍କୀୟଙ୍କୁ ଖୋଜୁଛି ତ ଆଉ କିଏ ନିଜର ସାଙ୍ଗକୁ ଖୋଜୁଛି । ସ୍ୱାମୀ ସ୍ତ୍ରୀକୁ ଖୋଜୁଛି ତ ବାପାଟି ତାର ପୁଅକୁ ଖୋଜୁଛି । କୁଢ଼ କୁଢ଼ ଶବ ଭିତରେ କିଏ ପୁଅକୁ ଖୋଜୁଥିଲା ତ କିଏ ନିଜ ପରିବାର ସଦସ୍ୟଙ୍କ ଫଟୋକୁ ଦେଖାଇ ପଚାରୁଥିଲା । ଟ୍ରେନର ଚକାତଳେ ଚାପି ହୋଇଗଲା କେତେ ଯେ ଜୀବନ । ଆଜି ବି ସେଦିନ ମନେପଡିଲେ ଆଖିରେ ଲୁହ ରହୁନି। 300ରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ 1200ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଆଜି ସେହି କାଳଦିନକୁ ବର୍ଷେ ପୂରିଛି ସତ କିନ୍ତୁ ସେହି ଦିନର ଆଉ ପୁନରାବୃତ୍ତି ନ ହେଉ ।

author

Related Articles

Leave a Reply

Your email address will not be published. Required fields are marked *