ଆଜି ବି ମୁଲତବି ରହିଲା ବିଧାନସଭା

ଆଜି ବି ମୁଲତବି ରହିଲା ବିଧାନସଭା

ବାରମ୍ବାର ବିରୋଧିଙ୍କ ଚାଲରେ ବିଧାନସଭାକୁ ମୁଲତବି କରାଯାଉଛି । ଜାଣିଶୁଣି ବିଧାନସଭାକୁ ଅଚଳ କରୁଛନ୍ତି ବିରୋଧିର ନେତା ମନ୍ତ୍ରୀ ମାନେ । ଆଜି ଗୃହ କାର‌୍ୟ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଆଗରେ ହଟ୍ଟଗୋଳ କରିଥିଲେ । ବିଜେପିର ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ଆଦେଶ ପ୍ରତ୍ୟାହାର ପାଇଁ ଦାବି କରିଥିଲେ ବିଜେପି ସଦସ୍ୟ । ମନ୍ତ୍ରୀ ପ୍ରଦୀପ ଅମାତ ଗୃହରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ । ଏହି ସମୟରେ ବିଜେପିର ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି । ପ୍ରଶ୍ନକାଳକୁ ବିଜେପି ବିଧାୟକମାନେ ଚଳାଇ ନଦେବା ନେଇ ଶାସକ ବିଜେଡି ଓ କଂଗ୍ରେସ ବିଜେପିକୁ ଘେରିଛନ୍ତି । ଆଜି ଅପରାହ୍ନରେ ବିଧାନସଭାରେ ଅତିରିକ୍ତ ବଜେଟର ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ । ସେହିପରି ସିଏଜି ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *