ଆଜି ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରି ତେଲ

ଆଜି ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରି ତେଲ

ସ୍ନାନ ପୂର୍ଣ୍ଣିମା ପରଠାରୁ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ଆରୋଗ୍ୟ ପାଇଁ ଅଣସର ପିଣ୍ଡିରେ ଗୁପ୍ତ ଉପଚାର ଚାଲିଛି । ନୀଳାଦ୍ରୀ ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ସେବକମାନଙ୍କ ଦ୍ୱାରା ଚାଲିଛି ଶାସ୍ତ୍ରାନୁମୋଦିତ ଚିକିତ୍ସା । ଅଣସରର ଷଷ୍ଠ ଦିନରେ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି କରାଯିବ । ଆଜି ମଧ୍ୟାହ୍ନ ଧୂପ ପରେ ବଡ ଓଡିଆ ମଠରୁ ଦୁଇଟି ମାଟି ହାଣ୍ଡିରେ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ ଫୁଲୁରି ତେଲ ଆସିବ । ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ବିଜେ ପାଇଁ ଖବର ଯିବ । ଏହାପରେ ବଡ ଓଡିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥ ଶୋଭାଯାତ୍ରାରେ ମହୌଷଧୀଯୁକ୍ତ ଫୁଲୁରି ତେଲକୁ ନେଇ ଶ୍ରୀମନ୍ଦିର ବିଜେ କରିବେ । ନୀତି ଅନୁସାରେ ବିଳମ୍ବିତ ରାତିରେ ମହାପ୍ରଭୁଙ୍କୁ ଫୁଲୁରି ତେଲକୁ ଲଗାଇ ମାଲିସ କରାଯାଏ । ଗୁପ୍ତ ଚିକିତ୍ସା ପରେ ଧିରେ ଧିରେ ସୁସ୍ଥ ହୋଇ ନବଯୌବନ ପ୍ରାପ୍ତ ହେବେ ମହାପ୍ରଭୁ ।

author

Related Articles

Leave a Reply

Your email address will not be published. Required fields are marked *