ଆଜି ମହାପ୍ରଭୁଙ୍କ ଖସାପଡା ନୀତି; ୪ ଘଣ୍ଟା ଦର୍ଶନ ବନ୍ଦ

ଆଜି ମହାପ୍ରଭୁଙ୍କ ଖସାପଡା ନୀତି; ୪ ଘଣ୍ଟା ଦର୍ଶନ ବନ୍ଦ

ଆଜି ପବିତ୍ର ଚୈତ୍ରମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଖସାପଡା ନୀତି । ଦ୍ୱିତୀୟ ଭୋଗ ମଣ୍ଡପରେ ଭୋଗ ଲାଗି ହେବା ପରେ ଏହି ନୀତି ଅନୁଷ୍ଠିତ ହେବ । ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ଖସାପଡା ନୀତି ଶ୍ରୀଜିଉଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ। ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ। ବର୍ଷରେ ଦୁଇରୁ ତିନିଥର ଏହି ନିତି ସମ୍ପାଦନ କରାଯାଏ।


ଦେବସ୍ନାନ ପୁର୍ଣ୍ଣମୀ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଆଦିରେ ମହାପ୍ରଭୁଙ୍କ ପହଣ୍ଡି କରାଯାଇଥାଏ। ତେଣୁ ଏହା ପୁର୍ବରୁ ଖସାପଡ଼ା ନୀତି କରାଯାଇଥାଏ। ଆଗକୁ ଦେବସ୍ନାନ ପୂର୍ଣ୍ଣିମା ଓ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ରହିଥିବାରୁ ଶ୍ରୀଜିଉଙ୍କ ପହଣ୍ଡି ହେବ। ଏଣୁ ଏହାପୂର୍ବରୁ ଅର୍ଥାତ ଆଜି ପୁନର୍ବାର ଖସାପଡ଼ା ନୀତି ଅନୁଷ୍ଠିତ ହେବ ବୋଲି ଦଇତାପତି ସେବାୟତ ସୂଚନା ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *