ଆଜି ମିଳିବ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ

ଆଜି ମିଳିବ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ

ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ହେଉଛି ଭାରତ ରତ୍ନ ସମ୍ମାନ । ଆଜି ପ୍ରଦାନ କରାଯିବ ଏହି ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଦିଆଯିବ ସମ୍ମାନ । ଚଳିତ ବର୍ଷ କର୍ପୁରୀ ଠାକୁର, ଲାଲକୃଷ୍ଣ ଆଡଭାନୀ, ଚୌଧରୀ ଚରଣ ସିଂହ, ପିଭି ନରସିଂହ ରାଓ ଏମଏସ ସ୍ୱାମୀନାଥନଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କର୍ପୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର ଉପସ୍ଥିତ ରହି ନିଜ ପିତାଙ୍କ ସମ୍ମାନ ଗ୍ରହଣ କରିବେ । ତେବେ ଅସୁସ୍ଥ ଥିବାରୁ ଆସନ୍ତାକାଲି ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭାରତ ରତ୍ନ ପ୍ରଦାନ କରାଯିବ । ଆଜି ରାଷ୍ଟ୍ରପତି ଭବନରେ ହେବାକୁ ଥିବା ସମାରୋହରେ କିଛି ସ୍ୱତନ୍ତ୍ର ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *