ଆଜି ରାଜଧାନୀରେ ରାବଣ ପୋଡି ସହ ଶେଷ ହେବ ଦଶହରା ପୂଜା

ଆଜି ରାଜଧାନୀରେ ରାବଣ ପୋଡି ସହ ଶେଷ ହେବ ଦଶହରା ପୂଜା

ଆଜି ପବିତ୍ର ବିଜୟା ଦଶମୀ । ମହିଷାସୁରକୁ ମାରି ମା ମହିଷାମର୍ଦ୍ଦିନୀ ବିଜୟର ଖୁସି ଆଣିଦେଇଥିଲେ । ଅଧର୍ମ ଉପରେ ଧର୍ମର ଜୟ । ମା ଦୁର୍ଗାଙ୍କୁ ପୂଜା କରିବା ପାଇଁ ଗାଁଠୁ ସହର ଚାରିଆଡେ ଉତ୍ସବ ମୁଖର । ପବିତ୍ର ବିଜୟା ଦଶମୀରେ ପୀଠ ଓ ମଣ୍ଡପରେ ମା’ଙ୍କ ହେଉଛି ମହାପୂଜା । ଏହି ଅବସରରେ ଆଜି ବିଭିନ୍ନ ପୂଜା ମଣ୍ଡପରେ ରାବଣ ପୋଡ଼ିର ଆୟୋଜନ ମଧ୍ୟ କରାଯାଇଛି । ତେବେ ଅଗ୍ନିଶମ ବିଭାଗ ପକ୍ଷରୁ ରାଜଧାନୀରେ ରାବଣ ପୋଡି ପାଇଁ ୬ଟି ସ୍ଥାନକୁ ଅନୁମତି ମିଳିଛି । ଝାରପଡ଼ା, ବରମୁଣ୍ଡା, ନହାରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ରାବଣ ପୋଡି ପାଇଁ ଅନୁମତି ମିଳିଛି। ଜନଗହଳିପୂର୍ଣ୍ଣ ତଥା ଲୋକେ ବସବାସ କରୁଥିବା ଅଞ୍ଚଳକୁ ଏଥର ଅନୁମତି ମିଳିନାହିଁ।ସନ୍ଧ୍ୟା ୭.୩୦ ରୁ ରାତି ୯ ଭିତରେ ଶେଷ ହବ ରାବଣ ପୋଡ଼ି। ମାନସିକ ଓ ହୃଦ୍ ରୋଗୀ, ବୟସ୍କ ଲୋକଙ୍କୁ ରାବଣ ପୋଡ଼ି ସ୍ଥାନକୁ ଯିବାକୁ ବାରଣ। ଛୋଟ ପିଲାଙ୍କୁ ନ ଆଣିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାବଣପୋଡି ସ୍ଥାନରେ ଗୋଟିଏ ଅଗ୍ନିଶମ ଟିମ୍ ସହ ୭ ଜଣ କର୍ମଚାରୀ ଉପସ୍ଥିତ ରହିବେ।

author

Related Articles

Leave a Reply

Your email address will not be published. Required fields are marked *