ଆଜି ରାଜ୍ୟରେ ଶପଥ ନେଲେ ତିନି ନୂଆ ମନ୍ତ୍ରୀ

ଆଜି ରାଜ୍ୟରେ ଶପଥ ନେଲେ ତିନି ନୂଆ ମନ୍ତ୍ରୀ

ଭୁବନେଶ୍ୱର:

ସବୁ କଳ୍ପନା ଜଳ୍ପନାର ହେଲା ଅନ୍ତ । ଆଜି ରାଜ୍ୟରେ ଶପଥ ନେଲେ ତିନି ନୂଆ ମନ୍ତ୍ରୀ । ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ପ୍ରସାଦ ନାୟକ ନୂଆ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଲୋକସେବା ଭବନର କନଭେନସନ ସେଣ୍ଟରରେ ଶପଥ ନେଇଛନ୍ତି ୩ ମନ୍ତ୍ରୀ। ମନ୍ତ୍ରୀଙ୍କ ଶପଥପାଠ କରାଇଛନ୍ତି ପ୍ରଫେସର ଗଣେଶୀ ଲାଲ୍ । ଶପଥଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ନୂଆ ବାଚସ୍ପତି କିଏ ହେବେ ସେ ନେଇ କିଛି ସୂଚନା ମିଳିନି । ନିକଟରେ ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ସେହିପରି ସମୀର ରଞ୍ଜନ ଦାସ ଓ ଶ୍ରୀକାନ୍ତ ସାହୁ ମଧ୍ୟ ମନ୍ତ୍ରୀପଦ ଛାଡ଼ିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *