ଆଜି ରାଜ୍ୟ ବିଜେପିର ପଦାଧିକାରୀ ବୈଠକ

ଆଜି ରାଜ୍ୟ ବିଜେପିର ପଦାଧିକାରୀ ବୈଠକ

ଆଜି ରାଜ୍ୟ ବିଜେପିର ପଦାଧିକାରୀ ବୈଠକ ଅନୁଷ୍ଠିତ ହେବ । ନିର୍ବାଚନ ରଣନୀତି ନେଇ ମାନସ ମନ୍ଥନ କରାଯିବ । ଏଥିପାଇଁ ଗତକାଲି ଓଡିଶାରେ ପହଁଞ୍ଚିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ଏବଂ ସହ ପ୍ରଭାରୀ । ଗତକାଲି ଓଡିଶାରେ ପହଁଞ୍ଚିବା ପରେ ରାଜ୍ୟ କାର୍ଯ୍ୟାଳୟରେ ଶୀର୍ଷ ନେତାଙ୍କ ସହ ଆଲୋଚନା କରିଛନ୍ତି । ବିଜୟ ପାଲ ସିଂ ତୋମାରଙ୍କ ସହିତ ସହ ପ୍ରଭାରୀ ଲତା ଉସେଣ୍ଡି ମଧ୍ୟ ଓଡିଶା ଆସିଛନ୍ତି । ଉଭୟ ନେତା ଏଥର ରାଜ୍ୟରେ ବିଜେପିର ସରକାର ସୁନିଶ୍ଚିତ ବୋଲି ଦମ୍ବୋକ୍ତି ବାଢ଼ିଛନ୍ତି । ତୋମାର କହିଛନ୍ତି, ଏଥର ଓଡିଶାରେ ହେବ ଡବଲ୍ ଇଞ୍ଜିନ୍ ସରକାର । ୮୦ରୁ ଅଧିକ ବିଧାୟକ ଏବଂ ୧୬ରୁ ଅଧିକ ସାଂସଦ ଜିତିକି ଆସିବେ ବୋଲି କହିଛନ୍ତି । ଅନ୍ୟପଟେ ଓଡିଶାରେ ବିଜେପି ସରକାର ଆଣିବାରେ ମହିଳାଙ୍କ ସବୁଠୁ ବଡ ଅବଦାନ ରହିବ ବୋଲି କହିଛନ୍ତି ସହ ପ୍ରଭାରୀ ଲତା ଉସେଣ୍ଡି ।

author

Related Articles

Leave a Reply

Your email address will not be published. Required fields are marked *