ଆଜି ଲୋକାର୍ପିତ ହେବ ଭାରତର ଦୀର୍ଘତମ ସମୁଦ୍ର ପୋଲ ‘ଅଟଳ ସେତୁ’

ଆଜି ଲୋକାର୍ପିତ ହେବ ଭାରତର ଦୀର୍ଘତମ ସମୁଦ୍ର ପୋଲ ‘ଅଟଳ ସେତୁ’

ଆଜି ଲୋକାର୍ପିତ ହେବ ଭାରତର ଦୀର୍ଘତମ ସମୁଦ୍ର ପୋଲ । ଦେଶର ଦୀର୍ଘତମ ସାମୁଦ୍ରିକ ସେତୁ ଅଟଳ ସେତୁର ଆଜି ଉଦଘାଟନ ହେବେ । ୧୮ ହଜାର କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ଅଟଳ ସେତୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହି ପୋଲ ଉପରେ ଚାରିଚକିଆ ଯାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ଥିବା ବେଳେ ବାଇକ୍, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ସମୁଦ୍ର ବ୍ରିଜ୍ ଉପରେ ଯିବାକୁ ଅନୁମତି ଦିଆଯିବ ନାହିଁ । ସେତୁ ଉପରେ ଚଢ଼ିବା ଓ ବାହାରିବା ସମୟରେ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବ ।


ଏହି ପୋଲ ଦ୍ୱାରା ମୁମ୍ବାଇ ଏବଂ ନଭି ମୁମ୍ବାଇ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଂଟାରୁ ପ୍ରାୟ ୨୦ ମିନିଟକୁ ହ୍ରାସ ପାଇବ । ଶନିବାରଠାରୁ ଏହି ପୋଲ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ଜନସାଧାରଣଙ୍କ ପାଇଁ ଏହି ପୋଲ ଖୋଲିବା ଦ୍ୱାରା ପ୍ରତ୍ୟେକ ଗାଡି ପ୍ରାୟ ୩୦୦ ଟଙ୍କାର ଇନ୍ଧନ ସଞ୍ଚୟ କରିବ । ୨୦ ହଜାର କୋଟି ଟଙ୍କା ବ୍ୟୟରେ ଏହି ସେତୁ ତିଆରି ହୋଇଛି । ଅଟଳ ସେତୁରେ ଦୈନିକ ୭୦ ହଜାର ଯାନବାହନ ଚଳାଚଳ କରିବାର କ୍ଷମତା ରଖିଛି । ଏହାଦ୍ୱାରା କେବଳ ଯାତ୍ରୀଙ୍କ ଯାତ୍ରା ଦୂରତା ଓ ସମୟ କମିବ ନାହିଁ ବରଂ ସାମୁଦ୍ରିକ ସେତୁ ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *