ଆଜି ଶଙ୍ଖ ଫୁଙ୍କିବେ ବିଜୟ ମହାପାତ୍ରଙ୍କ ପୁଅ !

ଆଜି ଶଙ୍ଖ ଫୁଙ୍କିବେ ବିଜୟ ମହାପାତ୍ରଙ୍କ ପୁଅ !

ଆଜି ବିଜେଡିରେ ସାମିଲ ହୋଇପାରନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ । ଆଜି ନବୀନ ନିବାସରେ ମିଶ୍ରଣ ପର୍ବରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଦଳର ସୁପ୍ରିମୋଙ୍କ ଉପସ୍ଥିତିରେ ଅରବିନ୍ଦ ଶଙ୍ଖ ଫୁଙ୍କିବା ନେଇ ସବୁଆଡେ ଆଲୋଚନା । ତେବେ ଏହି ମିଶ୍ରଣ ପର୍ବରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ନେତା, ବିଧାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଉପସ୍ଥିତ ରହିବା ପାଇଁ କୁହାଯାଇଥିବା ସୂଚନା ମିଳିଛି । ୨୦୧୯ ନିର୍ବାଚନ ପରେ ବିଜୟ ମହାପାତ୍ର ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ । ପୁଅ ଅରବିନ୍ଦ ପାଟକୁରା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିବା ସହ ରାଜନୀତି କରିବା ନେଇ ସ୍ପଷ୍ଟ କରିଥିଲେ । ତେବେ ଆଜି ସେ ବିଜେଡିରେ ସାମିଲ ହୋଇପାରନ୍ତି ।

author

Related Articles

Leave a Reply

Your email address will not be published. Required fields are marked *