ଆଜି ସକାଳୁ ଶ୍ରୀମନ୍ଦିର ପ୍ରକଳ୍ପ ପରିଦର୍ଶନରେ ବାହାରିଛନ୍ତି ଭିକେ ପାଣ୍ଡିଆନ

ପୁରୀ ଶ୍ରୀମନ୍ଦିରରେ ପରିଦର୍ଶନରେ ବାହାରିଛନ୍ତି ଭିକେ ପାଣ୍ଡିଆନ । ଡିସେମ୍ୱର ସୁଦ୍ଧା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବ ବୋଲି ସେ କହିଛନ୍ତି । ହାତରେ ଆଉ ଅଳ୍ପ ଦିନ ରହିଥିବାରୁ ପୁରୀ ଗସ୍ତ କରିଛନ୍ତି ଭିକେ ପାଣ୍ଡିଆନ । ଆଜି ସକାଳୁ ସକାଳୁ ପୁରୀ ଯାଇ ଏହି ସମୀକ୍ଷା କରିଛନ୍ତି । ବିଭିନ୍ନ ସ୍ଥାନ ବୁଲି କାମର ଅଗ୍ରଗତିକୁ ଦେଖିଥିଲେ । ଶ୍ରଦ୍ଧାଳୁ କିଭଳି ଶୃଙ୍ଖଳିତ ଭାବେ ଦିଅଁ ଦର୍ଶନ କରିପାରିବେ ଏ ଦିଗରେ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ସେହିପରି ମନ୍ଦିରକୁ ଆସୁଥିବା ଲୋକେ କିଭଳି ତାଙ୍କ ଯାନବାହାନ ଠିକ୍ ଭାବେ ପାର୍କିଂ କରିପାରିବେ ତା ଉପରେ ମଧ୍ୟ ସମୀକ୍ଷା କରିଥିଲେ । ନୂଆ ବର୍ଷରେ ଶ୍ରଦ୍ଧାଳୁ ନୂଆ ଅନୁଭୁତି ପାଆନ୍ତୁ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଜାନୁଆରୀ ୧୭ରେ ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପର ଲୋକାର୍ପଣ ହେବ ।

author

Related Articles

Leave a Reply

Your email address will not be published. Required fields are marked *