ଦେଶରେ ସିଏଏ ବା ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି । ମାର୍ଚ୍ଚ ୧୧ ତାରିଖରୁ କେନ୍ଦ୍ର ସରକାର ଏହି ଆଇନ ଲାଗୁ କରିବା ପରେ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କିନ୍ତୁ ଏହାକୁ ଅନେକ ସ୍ଥାନରେ ବିରୋଧ କରାଯାଉଛି । ଏହି ଆଇନ ବିରୁଦ୍ଧରେ ଅନେକ ରାଜନୈତିକ ଏବଂ ଅଣରାଜନୈତିକ ସଂଗଠନ ସୁପ୍ରିମକୋର୍ଟରେ ଏକାଧିକ ମାମଲା ରୁଜୁ କରିଛନ୍ତି । ଯାହାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଅନୁଷ୍ଠିତ ହେବାକୁ ଯାଉଛି । କଂଗ୍ରେସ ଏବଂ ଆପ୍ ସମେତ ଅନେକ ବିରୋଧୀ ଦଳ ନାଗରିକତା ଆଇନକୁ ବିରୋଧ କରୁଛନ୍ତି। ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ସିଏଏ ସମ୍ବିଧାନର ବିରୋଧୀ ଏବଂ ଧର୍ମ ଆଧାରରେ ଭେଦଭାବ ସୃଷ୍ଟି କରୁଛି।୧୧ ନଭେମ୍ବର ୨୦୧୯ରେ ସଂସଦରେ ସିଟିଜନ ଆମେଣ୍ଟମେଣ୍ଟ ଆକ୍ଟ ବା ସିଏଏ ବିଲ୍ ପାରିତ ହୋଇଥିଲା। ଏହାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ବିଲ୍ ଆଇନରେ ପରିଣତ ହୋଇଥିଲା। କିନ୍ତୁ ସେବେଠାରୁ ଏହାକୁ କାର୍ୟ୍ୟକାରୀ କରାଯାଇ ନଥିଲା। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଅନେକ ରାଜନୈତିକ ସଂଗଠନ ଏହାକୁ ବିରୁଦ୍ଧ କରିଥିଲେ।
You can share this post!
author