ଆଜି ହିନ୍ଦୋଳ ଓ ଅତାବିରା ଏନଏସି ରେ ଭୋଟିଂ ଆରମ୍ଭ

ଆଜି ହିନ୍ଦୋଳ ଓ ଅତାବିରା ଏନଏସି ରେ ଭୋଟିଂ ଆରମ୍ଭ

ହିନ୍ଦୋଳ: ଢେଙ୍କାନାଳ

ହିନ୍ଦୋଳ: ଆଜି ହିନ୍ଦୋଳ ଓ ଅତାବିରା ଏନଏସି ରେ ଭୋଟିଂ ଆରମ୍ଭ | ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ର ଅତାବିରା ପାଇଁ ହେବ ଭୋଟିଂ | ଆଜି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ମତଦାନ ପକ୍ରିୟା ଆରମ୍ଭ ହେବ | ହିନ୍ଦୋଳର ୧୬ଟି ଓ୍ବାର୍ଡରେ ନେତା ବାଛିବେ ଜନତା । ମୋଟ ୯ ହଜାର ୮୬୩ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ୧୬ଟି ବୁଥରୁ ୮ଟି ଉତ୍ତେଜନା ପ୍ରବଣ ଏବଂ ୪ଟି ଅତିଉତ୍ତେଜନା ପୂର୍ଣ୍ଣ ରହିଥିବା ବେଳେ ୨ଟି ପିଙ୍କ୍ ବୁଥ କରାଯାଇଛି। ସେହିପରି ଅତାବିରା ଏନଏସି ରେ୧୨ଟି ଓ୍ବାର୍ଡ ରହିଛି। ଭୋଟ ଦେଇ ପ୍ରତିନିଧି ବାଛିବେ ୧୩ ହଜାର ୨୦ ଜଣ ଭୋଟର। ଆଜି ମଇଦାନରେ ଚାଲିଛି ପ୍ରାଥୀ ମାନଙ୍କ ଭାଗ୍ୟ ପରୀକ୍ଷା | ସୂଚନା ଅନୁଯାୟୀ ଆସନ୍ତା ମଇ ୫ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ

ସେହିପରି ଅତାବିରା NACରେ ୧୨ଟି ଓ୍ବାର୍ଡ ରହିଛି। ଭୋଟ ଦେଇ ପ୍ରତିନିଧି ବାଛିବେ ୧୩ ହଜାର ୨୦ ଜଣ ଭୋଟର। ଅତାବିରାରେ ଅଧ୍ୟକ୍ଷ ପଦ ପାଇଁ ୪ଜଣ ପ୍ରାର୍ଥୀ ଥିବାବେଳେ ସମୁଦାୟ ୩୯ଜଣ କାଉନସିଲର ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଭୋଟିଂ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆସନ୍ତା ୫ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

author

Related Articles

Leave a Reply

Your email address will not be published. Required fields are marked *