ଆଜି ହେଉଛି ପବିତ୍ର ହେରାପଞ୍ଚମୀ

ଆଜି ହେଉଛି ପବିତ୍ର ହେରାପଞ୍ଚମୀ

ପବିତ୍ର ଗୁଣ୍ଡିଚା ଯାତ୍ରା ଆବସରରେ ଭାଇ ଭଉଣୀଙ୍କୁ ରଥରେ ନେଇ ରତ୍ନବେଦୀରୁ ଜନ୍ମବେଦୀକୁ ଆସିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । କିନ୍ତୁ ସାଙ୍ଗରେ ପତ୍ନୀ ମହାଲକ୍ଷ୍ମୀଙ୍କୁ ଆଣିନାହାନ୍ତି । ତଣେୁ ସ୍ୱାମୀଙ୍କ ଅନୁପସ୍ଥିତିରେ ମନର ଦୁଃଖ ଭଉଣୀ ମା’ ବିମଳା ଦେବୀଙ୍କ ନିକଟରେ କହିଛନ୍ତି । ଭଉଣୀଙ୍କ ପରାର୍ମଶ ପାଇବା ପରେ ରଥ ନିକଟକୁ ଆସିବେ ଲକ୍ଷ୍ମୀ ଠାକୁରାଣୀ । ହେରା ପଞ୍ଚମୀରେ ମା’ ମହାପ୍ରଭୁଙ୍କୁ ଏକାନ୍ତରେ ଦର୍ଶନ କରିବା ସହ ଆସିବା ବେଳେ ଅଭିମାନରେ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଦେଇ ଫେରିବେ । ଶ୍ରୀଗୁଣ୍ଡିଚା ଯାତ୍ରାର ଆଜି ହେଉଛି ପଞ୍ଚମ ଦିନ । ଆଜିର ଦିନରେ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଆସିବାର ପରମ୍ପରା ରହିଛି । ତେଣୁ ଏହାକୁ ହେରାପଞ୍ଚମୀ ବୋଲି କୁହାଯାଏ ।

author

Related Articles

Leave a Reply

Your email address will not be published. Required fields are marked *