ଆଜି ହେଉଛି ରଜ ସଂକ୍ରାନ୍ତି

ଆଜି ହେଉଛି ରଜ ସଂକ୍ରାନ୍ତି

ଆଜି ହେଉଛି ରଜ ସଂକ୍ରାନ୍ତି । ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଦୋଳି, ରଜପାନ, ମିଠାପିଠାର ଆସରରେ ଜମୁଛି ଏହି ଗଣପର୍ବ । ବିଭିନ୍ନ ସ୍ଥାନରେ ଝିଅମାନେ ଦୋଳି ଖେଳିବା ସହ ରଜର ଆନନ୍ଦ ନେଉଛନ୍ତି । ତା ସହିତ ପୁଚି ଖେଳ, ତାସ୍ ଖେଳ, ଲୁଡୁ ଖେଳ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର‌୍ୟ୍ୟକ୍ରମ କରାଯାଉଛି । ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ପାରମ୍ପରିକ ପିଠା, ମିଠା, ପାନ ଏବଂ ଖାଦ୍ୟର ଧାଡି ଧାଡି ଷ୍ଟଲ ଲାଗିଛି । କିଛି କିଛି ପାର୍କରେ ମଧ୍ୟ ଲାଗିଛି ରଜଦୋଳି । ସକାଳୁ ସକାଳୁ ପାର୍କରେ ରଜ ଦୋଳି ଖେଳର ମଜା ନେଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *