ଆଜି ୪ ଲୋକସଭା ଆସନ ପାଇଁ ନବୀନ ନବୀସରେ ବସିବ ବୈଠକ

ଆଜି ୪ ଲୋକସଭା ଆସନ ପାଇଁ ନବୀନ ନବୀସରେ ବସିବ ବୈଠକ

ଆଜି ୪ ଲୋକସଭା ଆସନ ପାଇଁ ନବୀନ ନବୀସରେ ବସିବ ବୈଠକ । ମୟୁରଭଞ୍ଜ, କେନ୍ଦୁଝର ଲୋକସଭା ଆସନ ପାଇଁ ବୈଠକ ଅନୁଷ୍ଠିତ ହେବ । ଉଭୟ ବିଧାନସଭା ଓ ଲୋକସଭା ଆସନରେ କିଭଳି ଦଳ ମାତ୍ ଦେବ ଏ ଦିଗରେ ରଣନୀତି ପ୍ରସ୍ତୁତ ହେବ । ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା କରି ସାରିଛି । ତେଣୁ କିଭଳି କାଉଣ୍ଟର କରିହେବ ସେ ଦିଗରେ ବିଜେଡି ରଣନୀତି ପ୍ରସ୍ତୁତ କରିବ । ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନ ବିଜେପି ହାତେଇଥିଲା । କିନ୍ତୁ କେନ୍ଦୁଝର ବିଜେଡି ହାତରେ ରହିଛି । ତେବେ ମୟୂରଭଞ୍ଜ ଉପରେ ବିଜେଡିର ଫୋକସ ରହିଛି । ଆଦିବାସୀ ଭୋଟ୍ ଗୋଟିଏ ବଡ ଭୂମିକା ନେବ । ଏପରି ସ୍ଥିତିରେ ଦଳର ପର‌୍ୟ୍ୟବେକ୍ଷକ ଏବଂ ନେତାଙ୍କ ଉପସ୍ଥିତିରେ ଆଲୋଚନା ହେବ । ସେହିପରି ଅପରାହ୍ନରେ ବାଲେଶ୍ୱର ଓ ଭଦ୍ରକ ନେତାଙ୍କୁ ନେଇ ବୈଠକ ବସିବ । ଟିକେଟ୍ ଘୋଷଣା ପୂର୍ବରୁ ଆଜି ଶେଷ ବୈଠକ ବୋଲି କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *