ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ । ମହାପ୍ରଭୁଙ୍କ ସ୍ୱତନ୍ତ୍ର ବନକଲାଗି ନୀତି ପାଇଁ ସନ୍ଧ୍ୟା ୬ଟାରୁ ରାତି ୧୨ ଟା ଯାଏଁ ବନ୍ଦ ରହିବ ଦର୍ଶନ । ଏହି ନୀତି ଅବସରରେ ଦ୍ୱିତୀୟ ଭୋଗ ମଣ୍ଡପରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ । ବିଭିନ୍ନ ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ବନକଲାଗି କରାଯିବ । ଦତ୍ତ ମହାପାତ୍ର ସେବକମାନେ ଏହି ନୀତି କରିଥାନ୍ତି । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ସହ ଅନବସର ପିଣ୍ଡିରେ ଅନବସର ନୀତି ସହ ଜଡିତ କେତେକ ଆନୁଷଙ୍ଗିକ କାର‌୍ୟ୍ୟ ମଧ୍ୟ ସମ୍ପାଦନ କରାଯିବ। ଏଥିପାଇଁ ୪ଘଣ୍ଟା ବଦଳରେ ୬ଘଣ୍ଟା ଶ୍ରୀଜିଉଙ୍କର ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

author

Related Articles

Leave a Reply

Your email address will not be published. Required fields are marked *