ଆଟାକିଂ ମୁଡରେ ସୁଲତା ମମତାଙ୍କୁ ଦେଲେ କଡା ଜବାବ

ଆଟାକିଂ ମୁଡରେ ସୁଲତା ମମତାଙ୍କୁ ଦେଲେ କଡା ଜବାବ

ହଠାତ କାହାକୁ କିଛି ନ କହି ରାଜ୍ୟସଭା ସାଂସଦ ପଦବୀରୁ ଏବଂ ବିଜେଡିର ପ୍ରାଥମିକତା ସଦସ୍ୟତା ପଦବୀରୁ ମମତା ମହନ୍ତଙ୍କ ଇସ୍ତଫା ବିଜେଡିର ମେରୁଦଣ୍ଡକୁ ଦୋହଲାଇ ଦେଇଛି । କୁଡୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ମମତା ମହନ୍ତଙ୍କୁ ବିଜେଡି 2020 ମସିହାରେ ରାଜ୍ୟସଭାକୁ ପଠାଇଥିଲା କିନ୍ତୁ ନିଜର କାର୍ଯ୍ୟକାଳ ସରିବା ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଗଲେ ମମତା ମହନ୍ତ । କାହାକୁ କିଛି ଖବର ନାହିଁ ହଠାତ ମମତାଙ୍କ ବିଜେପିରେ ସାମିଲ ନେଇ ବିଜେଡି ଗଡରେ କମ୍ପନ ସୃଷ୍ଟି ହୋଇଥିବାବେଳେ ଘନ ଘନ ବୈଠକ ଡାକି ନିଜର ଗଡ ସମ୍ଭାଳିବାରେ ବ୍ୟସ୍ତ ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସୁପ୍ରିମୋ ନବୀନ ପଟ୍ଟନାୟକ । ସେପଟେ ଆଟାକିଂ ମୁଡକୁ ଆସୁଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ । ଭିଡିଓ ପରେ ଭିଡିଓ ଜାରି କରି ମମତା ମହନ୍ତଙ୍କୁ କରୁଛନ୍ତି ଟାର୍ଗେଟ । ଦଳ ଛାଡିବା ପୂର୍ବରୁ ମମତା ଯେଉଁ କାରଣ ଦର୍ଶାଇଥିଲେ ଯେ ତାଙ୍କୁ ସେବା କରିବାର ସୁଯୋଗ ମିଳିଲା ନାହିଁ ତାହାକୁ ତୀବ୍ର ସମାଲୋଚନା କରି କହିଛନ୍ତି କି ଯଦି ସେବା କରିବାର ମନୋବୃତ୍ତି ରହିଛି ତା ପାଇଁ ପଦ ପଦବୀର ଆବଶ୍ୟକତା ରହିନଥାଏ । ତା ସହିତ ଚୁଲିମୁଣ୍ଡରେ କାମ କରୁଥିବା ମମତା ମହନ୍ତଙ୍କ ଭଳି ଜଣେ ମହିଳାଙ୍କୁ ନବୀନ ବାବୁ ଦେଶର ସର୍ବୋଚ୍ଚ ଗୃହ ରାଜ୍ୟସଭାକୁ ପଠାଇଲେ କିନ୍ତୁ ସେହି ମମତା ଆଜି କ୍ଷମତା ଲୋଭରେ ନିଜେ ବିକ୍ରି ହୋଇ ବିଜେଡିକୁ ଧୋକା ଦେଇଛନ୍ତି । କୁଚକ୍ରାନ୍ତକାରୀ ବିଜେପି ଯେଉଁ ଚକ୍ରାନ୍ତ କରୁଛି ତାହା ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବିଜେଡି ପୂର୍ବରୁ ଯେଉଁଭଳି ଭାବେ ସଶକ୍ତ ଓ ସୃଦୁଢ ରହିଥିଲା ଆଗକୁ ମଧ୍ୟ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆହୁରି ଅଧିକା ସଶକ୍ତ ହେବ ବୋଲି ଦମ୍ଭୋକ୍ତି ବାଢିଛନ୍ତି ବିଜେଡି ନେତା ।

author

Related Articles

Leave a Reply

Your email address will not be published. Required fields are marked *